ମୋଦୀଙ୍କୁ କ୍ଷମା କରିବେନି ପ୍ରଭୁ ଶ୍ରୀରାମଚନ୍ଦ୍ର

  • 14-Jul-2021
  • 0 Comments


କୋଟିଏ କେନ୍ଦ୍ର କର୍ମଚାରୀ ଓ ଅବସରପ୍ରାପ୍ତଙ୍କୁ ଫାଇଦା
ଯନ୍ତ୍ରଣା ଭୋଗୁଛନ୍ତି ୭୦ କୋଟି ଶ୍ରମିକ ପରିବାର

ଦେଶର ୮୦ କୋଟି ସଂଗଠିତ ଓ ଅଣସଂଗଠିତ ଶ୍ରମିକ, ମଜୁରିଆଙ୍କ ଝାଳବୁହା ଧନରୁ କେବଳ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ କେନ୍ଦ୍ର ସରକାର ବିଚାର କରିଛନ୍ତି । କେବଳ ସରକାରୀ କର୍ମଚାରୀଙ୍କ ଉପରେ ତେଲ, ରନ୍ଧନ ଗ୍ୟାସ, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବୋଝ ପଡୁଛି ବୋଲି କେନ୍ଦ୍ର ସରକାର ଅନୁଭବ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ସାଧାରଣ ଖଟିଖିଆ ଦୁହାଁଳିଆ ଗାଈ ବୋଲି ପ୍ରତିକ୍ରିୟା ପ୍ରକାଶ କରି କୋଭିଡ୍ ମହାମାରୀରେ ସାରା ଦେଶବାସୀ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି । ଦେଢ଼ବର୍ଷ ଭିତରେ ଦେଶର ଅଧିକାଂଶ ଘରୋଇ ପ୍ରତିଷ୍ଠାନରୁ ପ୍ରାୟ ୫୦ କୋଟି ଲୋକ ଚାକିରି ହରାଇଛନ୍ତି । ମାତ୍ର କୌଣସି ସରକାରୀ କର୍ମଚାରୀ ଚାକିରି ହରାଇନାହାନ୍ତି । ମାସକୁ ମାସ ଦରମା ଗଣ୍ଡାକ ମିଳି ଯାଉଥିବାରୁ ସେମାନେ କୌଣସିମତେ ଚଳିଯାଉଛନ୍ତି । ସେଭଳି ସ୍ଥିତିରେ ଚାକିରି ହରାଇ ପରିବାର ପ୍ରତିପୋଷଣ ଚିନ୍ତାରେ ବୁଡ଼ି ରହିଥିବା ଜଣେ ବେସହାରା ଲୋକ ପକେଟରୁ ପରୋକ୍ଷ ଟିକସ ଆଦାୟ କରି ସେହି ଟଙ୍କାକୁ ମହଙ୍ଗା ଭତ୍ତା ଆକାରରେ ସରକାରୀ କର୍ମଚାରୀଙ୍କ ପକେଟରେ ପୁରାଇବା ପ୍ରଧାନମନ୍ତ୍ରୀ ମୋଦୀଙ୍କ କେଉଁ ମହତପଣିଆ ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ପ୍ରଶ୍ନ କରିଚନ୍ତି ।
କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଘୋଷଣା କରିବାର ଦୁଇଘଂଟା ପରେ ଆରପିଡି ନେତା ଏଭଳି ମନ୍ତବ୍ୟ ପ୍ରକାଶ କରିଛନ୍ତି ।
କେନ୍ଦ୍ର ସରକାର ମହଙ୍ଗା ଭତ୍ତାକୁ ୧୭%ରୁ ୨୮%କୁ ବୃଦ୍ଧି କରିଛନ୍ତି । ଫଳରେ ୨୦୨୧ ଜୁଲାଇ ପହିଲାରୁ କେନ୍ଦ୍ର କର୍ମଚାରୀମାନେ ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ । ବୁଧବାର ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛିି । ସରକାରଙ୍କ ଏହି ନିଷ୍ପତ୍ତିରେ ୫୦ ଲକ୍ଷରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ୬୦ ଲକ୍ଷ ପେନସନ୍ ହିତାଧିକାରୀ ଫାଇଦା ପାଇବେ । ଏଥିପାଇଁ ସରକାର ପ୍ରାୟ ୩୪,୪୦୧ କୋଟି ଟଙ୍କା ଖର୍ଚ୍ଚ କରିବେ ।

 

କରୋନା ମହାମାରୀ କାରଣରୁ କେନ୍ଦ୍ର କର୍ମଚାରୀଙ୍କୁ ତିନି କିସ୍ତିର ଡିଏ ଦିଆଯାଇନି । ସରକାରଙ୍କ କରୋନା କଟକଣା କାରଣରୁ କେନ୍ଦ୍ର କର୍ମଚାରୀମାନେ ୧ ଜାନୁଆରୀ ୨୦୨୦, ୧ ଜୁଲାଇ ୨୦୨୦, ୧ ଜାନୁଆରୀ ୨୦୨୧ କିିସ୍ତିର ମହଙ୍ଗା ଭତ୍ତା ହରାଇଛନ୍ତି । ମାତ୍ର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବନ୍ଦ କାରଣରୁ କୌଣସି ପରିବାର ମହରଗରୁ ଯାଇ କାନ୍ତାରରେ ପଡିନାହାନ୍ତି, ଚାକିରି ହରାଇଥିବା ଶ୍ରମିକ ପରିବାର କେତେ କଷ୍ଟରେ ଚଳୁଥିବେ, ସେ ବିଷୟରେ କେନ୍ଦ୍ର କର୍ମଚାରୀମାନେ ଟିକେ ଚିନ୍ତା କରିବା ଦରକାର ନୁହେଁ କି?  ଦରଦାମ ବୃଦ୍ଧି ଉପରେ ଅଂକୁଶ ନଲଗାଇ ସାଧାରଣ ଖଟିଖିଆ ପରିବାରକୁ ମହାସଂକଟରେ ପକାଇ ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେଉଥିବା ମୋଦୀ ସରକାରଙ୍କୁ ପ୍ରଭୁ ଶ୍ରୀରାମଚନ୍ଦ୍ର କ୍ଷମା କରିବେନି ବୋଲି ଆରପିଡି ସଭାପତି କହିଚନ୍ତି । 

Related

News