ଘୋଡ଼ାଇ ପାରିଲେ ଆଦର୍ଶ ମୁଖ୍ୟମନ୍ତ୍ରୀ 

  • 28-Apr-2021
  • 0 Comments


ସରିଲାନି କୃଷ୍ଣ ଚରଣ ବିଦ୍ୟା ମନ୍ଦିର କୋଠା 

ଆଗରପଡ଼ା: ବିଫଳତାକୁ ସଫଳତାର ସହ ଘୋଡ଼ାଇପାରିଲେ ଆଦର୍ଶ ମୁଖ୍ୟମନ୍ତ୍ରୀ ହେବା ସହଜ ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସଙ୍କ ମନ୍ତବ୍ୟ ଶହେକୁ ଶହେ ସତ ମନେ କରାଯାଏ । ୨୦୧୫ରେ ଗ୍ରାମାଂଚଳ ବିକାଶ ନିମନ୍ତେ ସାଂସଦମାନେ ପର୍ଯ୍ୟାୟ କ୍ରମେ ଗୋଟିଏ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରି ତା’ର ସାମଗ୍ରିକ ବିକାଶ ଭାର ବହନ କରୁଥିଲେ । ତଦନୁଯାୟୀ ତକ୍ରାଳୀନ ସାଂସଦ ଅର୍ଜୁନ ଚରଣ ସେଠୀ ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ପୁରୁଷଣ୍ଢ ପଂଚାୟତକୁ ପୋଷ୍ୟଗ୍ରାମ ଭାବେ ଗ୍ରହଣ କରିଥିଲେ । ପ୍ରାୟ ୫ ହଜାର ଜନସଂଖ୍ୟା ବିଶିଷ୍ଟ ପୁରୁଷଣ୍ଢ ପଂଚାୟତ ବହୁତ କିଛି ଆଶା କରିଥିଲା । ସେଥିମଧ୍ୟରୁ ୧୯୩୫ରେ ଉକ୍ରଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଉଦ୍ୟମରେ ପ୍ରତିଷ୍ଠିତ କୃଷ୍ଣଚରଣ ବିଦ୍ୟା ମନ୍ଦିରର ନବୀକରଣ ଅନ୍ୟତମ ଥିଲା । ତକ୍ରାଳୀନ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ସାଂସଦ ପାଣ୍ଠିରୁ ୧ କୋଟି ୯ ଲକ୍ଷ ୭୦ ହଜାର ଟଙ୍କା ମଂଜୁର କରାଯାଇଥିଲା ।

ସେହି ଅର୍ଥରେ ୨୦୧୭ ଅକ୍ଟୋବର ୮ ତାରିଖରେ ଦୁଇ ମହଲା ବିଶିଷ୍ଟ ଶ୍ରେଣୀଗୃହର ଶିଳାନ୍ୟାସ କରାଯାଇଥିଲା । ଗୋଟିଏ ବର୍ଷ ଭିତରେ ଉକ୍ତ କୋଠାର ନିର୍ମାଣ ସରିବ ବୋଲି ତକ୍ରାଳୀନ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ଇତିମଧ୍ୟରେ ୪୨ ମାସ ପୁରିଲାଣି । ମାତ୍ର ଉକ୍ତ କୋଠାର ନିର୍ମାଣ କାମ ସରିଲାନି । 
୨୦୧୭ ନଭେମ୍ବର ୧୪ ଶିଶୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନରେ ପୁରାତନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସାହାଯ୍ୟର ୨ ଗୁଣ ସରକାର ଦେବାର ବିଧାନ ଅଛି । ସରକାରଙ୍କ ଯୋଜନା କାନକୁ ଯେତେ ସୁନ୍ଦର ଶୁଭୁଛି । ବାସ୍ତବ ଚିତ୍ର ଅତ୍ୟନ୍ତ କରୁଣ । କୃଷ୍ଣଚରଣ ବିଦ୍ୟାମନ୍ଦିର ପାଇଁ ସାଂସଦଙ୍କ ‘ପୋଷ୍ୟଗ୍ରାମ’ ଓ ‘ମୋ ସ୍କୁଲ ଅଭିଯାନ’ ଅଦରକାରୀ ହୋଇ ରହିଯିବାର ଆଶଙ୍କା ସୃଷ୍ଟି କରିଛି ।

Related

News