ଓଡିଶାର ୯୯୪୦ ଗାଁରେ ନାହିଁ ଇଣ୍ଟରନେଟ୍

  • 18-Jan-2021
  • 0 Comments


ଦେଶ ତଥା ରାଜ୍ୟକୁ ଡ଼ିଜିଟାଲ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । ମାତ୍ର ଏହାର ଅଗ୍ରଗତି ସେତେ ଉତ୍ସାହଜନକ ହୋଇପାରିନି। ୨୦୧୮-୧୯ ଅର୍ଥନୈତିକ ସର୍ବେକ୍ଷଣ ଅନୁସାରେ ରାଜ୍ୟରେ ମୋଟ ୪୭୬୭୭ ଗାଁ ମଧ୍ୟରୁ ପ୍ରାୟ ୧୧ ହଜାର ଗାଁରେ ଇଣ୍ଟରନେଟ୍ ସଂଯୋଗ ହୋଇନାହିଁ। ସେହିପରି ୨୦୧୯ ଜୁଲାଇ ୨୪ ତାରିଖରେ ସାଂସଦ ପିନାକୀ ମିଶ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସରକାର ଓଡ଼ିଶାର ୯୯୪୦ ଗାଁ ଇଣ୍ଟରନେଟ ସୁବିଧାରୁ ଏବେ ବି ବଞ୍ଚିତ ବୋଲି ଉତ୍ତର ରଖିବା ପରେ ଡ଼ିଜିଟାଲ ଓଡ଼ିଶାର ବାସ୍ତବ ରୂପ ପଦାରେ ପଡିଛି।

ଏକ ରିପୋର୍ଟ ଅନୁସାରେ ଓଡ଼ିଶାର ସହରାଞ୍ଚଳରେ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ୮୩.୩% ଥିବାବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨୮.୨୨% । ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଗଣମାଧ୍ୟମକୁ କିଛିଦିନ ତଳେ ଦେଇଥିବା ରିପୋର୍ଟ ଅନୁସାରେ ରାଜ୍ୟର ୨ ଲକ୍ଷ ସ୍କୁଲ ପିଲା ଅନଲାଇନ କ୍ଲାସ କରୁଛନ୍ତି। ମାତ୍ର ବାସ୍ତବରେ ଏହି ସଂଖ୍ୟା ମୋଟ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂଖ୍ୟାର ମାତ୍ର ୩୩%। ତେବେ ଅବଶି‌ଷ୍ଟ ୬୭% ପିଲା କିପରି ପାଠ ପଢ଼ିବେ ତାହା ସବୁଠାରୁ ବଡ଼ ପଶ୍ନ।

 

ଡିଜିଟାଲ ଇଣ୍ଡିଆ ପାଇଁ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ନଥିଲାବେଳେ ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ପ୍ରଦାନ ଆଡ଼କୁ ଟାଣି ନେଇଥିଲେ । ଏବେ ୯୯୪୦ ଗ୍ରାମରେ ଇଂଟରନେଟ୍ ସେବା ନଥିବା ଜଣାପଡ଼ିବା ପରେ ଶିକ୍ଷାମନ୍ତ୍ରୀ ସମୀର ଦାସ କ’ଣ କହିବେ? ସରକାରୀ ସ୍କୁଲରେ ଅଧ୍ୟୟନରତ ସବୁ ଛାତ୍ରଛାତ୍ରୀଙ୍କ ହାତରେ ସ୍ମାର୍ଟଫୋନ୍ ନଥିଲାବେଳେ ଶିକ୍ଷାମନ୍ତ୍ରୀ ସମୀର ଦାସ ସିବିଏସଇ  ଶୈଳୀରେ ଶିକ୍ଷାଦାନ ପାଇଁ ଫୁଟାଣି ମାରୁଛନ୍ତି ।

Related

News