ବାଟ ହୁଡିଛି ଦେୟମୁକ୍ତ ବିଜୁଳି ସଂଯୋଗ

  • 14-Jul-2021
  • 0 Comments


କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁସାରେ ଗରିବ ଲୋକଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଣ କରାଯିବାର ବନେ୍ଦାବସ୍ତ ଅଛି । ମାତ୍ର ନବରଙ୍ଗପୁର ସହରରେ କିଛି ଧନୀ ଲୋକଙ୍କୁ ଦେୟମୁକ୍ତ ବିଜୁଳି ସୁବିଧା ପ୍ରଦାନ କରାଯାଇଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ଡକାଇ ଅଭିଯୋଗ କରିଛି ।
ସାଉଥକୋ ପକ୍ଷରୁ ଯୋଜନାର ବାଟମାରଣା ହୋଇଛି । ନବରଙ୍ଗପୁର ସହରରେ ୨୬୫୭ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ମାତ୍ର ସେମାନଙ୍କ ଭିତରେ ବହୁ ଧନୀ ଲୋକ ଅଛନ୍ତି । ତା’ ସହିତ ଜଣେ ଲୋକଙ୍କ ନାମରେ ଏକାଧିକ ବିଜୁଳି ସଂଯୋଗ କରାଯାଇଛି । କେତେକଙ୍କ ଘରେ ମିଟର ଲଗାଯାଇନି । ଏପରିକି ବିଲ ନଆସିବା ଓ ଟ୍ରାନ୍ସଫର୍ମର ଲଗାଇବାରେ ଅନିୟମିତତା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି । 

Related

News