ଓଡିଶା ସରକାରଙ୍କ ଫି’ ଛାଡ଼ ଆଦେଶନାମାକୁ ଚାଲେଞ୍ଜ

  • 02-Mar-2021
  • 0 Comments


ଘରୋଇ ବିଦ୍ୟାଳୟକୁ ଫି’ ଛାଡ଼ ନିଦେ୍ର୍ଦଶାନାମା ଜାରି କରି ଓଡିଶା ସରକାର କାଠଗଡ଼ାରେ ଛିଡ଼ା ହୋଇଛନ୍ତି । ଆସୋସିଏସନ୍ ଅଫ୍ ଓଡିଶା ଆଇସିଏସଇ ସ୍କୁଲ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡିଶା ସରକାରଙ୍କୁ ନୋଟିସ ଜାରି କରିଛନ୍ତି । କୋଭିଡ୍ ମହାମାରୀ କାରଣରୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଘରୋଇ ସ୍କୁଲଗୁଡ଼ିକୁ ନିଦେ୍ର୍ଦଶନାମା ଜାରି କରାଯାଇ ପିଲାଙ୍କଠାରୁ ଫି’ ଆଦାୟ ନକରିବା ପାଇଁ କୁହାଯାଇଥିଲା । ବିଚାରପତି ଏଏମ ଖାଣ୍ଡିଲକର ଓ ବିଚାରପତି ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭କୁ ଧାର୍ୟ୍ୟ ହୋଇଛି। ଆଜି ଶୁଣାଣିରେ ଆସୋସିଏସନ ଓକିଲ ଭି ମୋହନା ଦର୍ଶାଇଥିଲେ ଯେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ କରିବା କ୍ଷମତା ଓଡ଼ିଶା ସରକାରଙ୍କ ନାହିଁ। ୨୦୧୪ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶମତେ ପୂର୍ବତନ ହାଇକୋର୍ଟ ବିଚାରପତି କେପି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ଷ୍ଟ୍ରକ୍‍ଚର କମିଟି ରିପୋର୍ଟ ଆଧାରରେ ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟର ଫି’ ନିର୍ଦ୍ଧାରଣ ହେଉଛି। 

 

୨୦୧୪ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶମତେ ପୂର୍ବତନ ହାଇକୋର୍ଟ ବିଚାରପତି କେପି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି’ ଷ୍ଟ୍ରକ୍‍ଚର କମିଟି ରିପୋର୍ଟ ଆଧାରରେ ଅଣଅନୁଦାନପ୍ରାପ୍ତ ଘରୋଇ ବିଦ୍ୟାଳୟର ଫି’ ନିର୍ଦ୍ଧାରଣ ହେଉଛି। ଗତ ୧୯ ଜାନୁଆରୀ ୨୦୨୧ରେ ଘରୋଇ ବିଦ୍ୟାଳୟ ଫି’ ନିର୍ଦ୍ଧାରଣ ବାବଦରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜାରି ବିଜ୍ଞପ୍ତିଦ୍ୱାରା ରାଜ୍ୟର ୧୦୫ଟି ଘରୋଇ ଅଣଅନୁଦାନପ୍ରାପ୍ତ ଆଇସିଏସଇ ବିଦ୍ୟାଳୟ ବିଶେଷ କରି ୫୦ଟି ସଂଖ୍ୟାଲଘୁ ଆଇସିଏସଇ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛନ୍ତି। ଓଡ଼ିଶା ହାଇକୋର୍ଟ ରିଟ୍‌ ସଂଖ୍ୟା ୨୯୧୮/୨୦୨୧ର ଚୂଡ଼ାନ୍ତ ବିଚାର ବେଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ଜାରି ୧୯ ଜାନୁଆରୀ ୨୦୨୧ ବିଜ୍ଞପ୍ତି ଏବଂ ୧୦ ସେପ୍‍ଟେମ୍ବର ୨୦୨୦ ଏମଓୟୁର ଆଇନଗତ ବୈଧତାକୁ ବିଚାରକୁ ନେଇ ନାହାନ୍ତି। ଫି’ ହ୍ରାସ ସଂକ୍ରାନ୍ତରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଦ୍ୱାରା ୧୦ ସେପେ୍‍ଟେମ୍ବର ୨୦୨୦ରେ ଆହୁତ ବୈଠକରେ ଆସୋସିଏସନକୁ ନିଜର ପକ୍ଷ ରଖିବାକୁ କୌଣସି ସୁଯୋଗ ଦିଆଯାଇ ନଥିଲା। 

Related

News