ନେତାଜୀ ସୁଭାଷ ଓ ସହିଦ ସୁରେନ୍ଦ୍ରଙ୍କ ଜୟନ୍ତୀ ପାଳିତ

  • 23-Jan-2021
  • 0 Comments


ସରକାରୀ ଓ ବେସରକାରୀ ସ୍ତରରେ ପାଳିତ ହୋଇଯାଇଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ୨୧୩ତମ ଜୟନ୍ତୀ । ଆଜିବି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦେଶପ୍ରେମ, ବୀରତ୍ୱକୁ ଅତୁଳନୀୟ କହିଛନ୍ତି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ । ଏବେ ମଧ୍ୟ ସୁଭାଷଙ୍କ ଆହ୍ୱାନ ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଶୁଣିବା ମାତ୍ରେ ଯୁବପିଢ଼ୀଙ୍କ ମନ ଓ ଶରୀର ରୋମାଞ୍ଚିତ ହୁଏ ବୋଲି ଶନିବାର ଆୟୋଜିତ ଦଳ ପକ୍ଷରୁ ଅନୁଷ୍ଠିତ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସମାରୋହରେ ଅଧ୍ୟକ୍ଷତା କରି ସୁଶାନ୍ତ ସର୍ବେଶ୍ୱର ଗୁରୁତ୍ୱାରୋପ କରିଛନ୍ତି । ଆଜିବି ନେତାଜୀଙ୍କ ମୃତୁ୍ୟ ସମ୍ପର୍କରେ ସ୍ପଷ୍ଟ ଚିତ୍ର ଲୋକଲୋଚନକୁ ଆସିପାରିଲାନି । ଦେଶ ବାହାରକୁ ପଳାଇ ଆଜାଦ ହିନ୍ଦ ଫୌଜ ଗଠନ କରି ଇଂରେଜମାନଙ୍କ ବିରୋଧରେ ରଣହୁଙ୍କାର ଦେବା କେବଳ ତାଙ୍କ ଭଳି ଜଣେ ଦୃଢ଼ମନା ଓ ସାହସୀ ପ୍ରତିଭାଧରଙ୍କ ପକ୍ଷେ ସମ୍ଭବ ।

 

ସେହିପରି ସମ୍ବଲପୁର ମାଟିର ଗର୍ବ ବୀର ସୁରେନ୍ଦ୍ର ସାଏଙ୍କ ପ୍ରଚଣ୍ଡ ସ୍ୱାଭିମାନ ଓ ଇଂରେଜ ସରକାରଙ୍କ ବିରୋଧରେ ତାଙ୍କର ସଂଗ୍ରାମ ପ୍ରଶଂସନୀୟ । ଦେଶ ପାଇଁ ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ବଳିଦାନ ଚିର ସ୍ମରଣୀୟ ହୋଇରହିବ ବୋଲି ଦଳର ସାଧାରଣ ସମ୍ପାଦିକା ସୁପ୍ରଭା ଦାସ କହିଛନ୍ତି ।

Related

News