ନବଦାସଙ୍କୁ ଗୁଳିମାଡ଼ ଅପରାଧ ନୁହେଁ

  • 29-Sep-2023
  • 0 Comments


ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବା ଆଶଙ୍କା କରି ଅଭିଯୁକ୍ତ ପୁଲିସ ଅଧିକାରୀ ଗୋପାଳ ଦାସ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ଜଣାପଡ଼େ । ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ସନ୍ତୋଷଜନକ ରହିଛି ବୋଲି ବିଧାନସଭାକୁ ଜଣାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ନବକିିଶୋର ଦାସଙ୍କ ଉପରେ ପୁଲିସ କର୍ମଚାରୀଙ୍କ ଗୁଳିମାଡ଼କୁ ଯୁକ୍ତିସଂଗତ କରିଛନ୍ତି । 

ମୁଖ୍ୟମନ୍ତ୍ରୀଙ୍କ ଏ ପ୍ରକାର ମନ୍ତବ୍ୟକୁ ଶୁଣିବା ପରେ ବିଧାୟିକା ଦୀପାଳି ଦାସ ଚୁପ ରହି ଜଣାଇ ଦେଇଛନ୍ତି ଯେ ତାଙ୍କ ବାପା ନବକିଶୋର ଦାସ ଜଣେ ଅସାମାଜିକ ବ୍ୟକ୍ତି ଥିଲେ । ତାଙ୍କୁ ଦିବାଲୋକରେ ଗୁଳି କରି ଗୋପାଳ ଦାସ ଠିକ କାମ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯୋଉମାନେ ଲୋକଙ୍କ ପାଇଁ କାମ କରନ୍ତି, ସେମାନେ ଗୃହକୁ ଫେରନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏ ଉକ୍ତି ଜଣାଇ ଦେଇଛି ଯେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲୋକାଭିମୁଖୀ କରି ପାରୁଥିବା ରାଜନେତାଙ୍କ ବଂଶଧର ପୁରୁଷାନୁକ୍ରମିକ ଭାବେ ବିଧାନସଭାକୁ ନିର୍ବାଚିତ ହେବା ଯୁକ୍ତିଯୁକ୍ତ ।

ତେବେ ବୁଦ୍ଧିମାନ ଭୋଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉକ୍ତିକୁ ବିଶ୍ଲେଷଣ କରି କହନ୍ତି ଯେ ବିଧାନସଭାଟି ଏକ ସାମ୍ବିଧାନିକ ସୁରକ୍ଷା ବଳୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଅନୁଗତ ବିଧାୟକମାନେ ବିଧାନସଭା ବାହାରେ ଯାବତୀୟ ଜଘନ୍ୟ ଅପରାଧ କରି ବିଧାନସଭା ଭିତରେ ଆଶ୍ରୟ ନେଉଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଆଖିରେ ଧୂଳି ପକାଇ ପାରନ୍ତି ମାତ୍ର ଭଗବାନଙ୍କ ଦୃଷ୍ଟିରୁ ବଂଚି ପାରିବେନି । ଆଖି ବୁଜିବା ପୂର୍ବରୁ ନବୀନ ପଟ୍ଟନାୟକ ଜେଲ ଯିବା ସୁନିଶ୍ଚିତ ।

Related

News