ବ୍ରଜରାଜନଗରକୁ ଲୋଡ଼ା ଦକ୍ଷ ପ୍ରତିନିଧି

  • 18-May-2022
  • 0 Comments


ବ୍ରଜରାଜନଗର, (ବିଡିଏନ୍ଏସ୍): କୌଣସି ରାଜନୈତିକ ଦଳ ବ୍ରଜରାଜନଗରର ହୃତଗୌରବ ଫେରାଇ ଆଣିପାରିବେନି । ବ୍ରଜରାଜନଗର ଖୋଜୁଛି ଦକ୍ଷ ଲୋକ । ୧୯୬୧ରୁ ଆଜି ପର୍ଯ୍ୟନ୍ତ ବ୍ରଜରାଜନଗର ଯେଉଁମାନଙ୍କୁ ପ୍ରତିିନିଧିତ୍ୱ ପ୍ରଦାନ କରିଛି । ସେମାନଙ୍କ ମଧ୍ୟରେ କେହିି ଜଣେ ବ୍ରଜରାଜନଗର ପ୍ରତି ଆନ୍ତରିକତା ପ୍ରକାଶ କରିନାହାନ୍ତି । ଏପରିକି ଦୀର୍ଘ ୨୩ ବର୍ଷ ଧରି ମୁଖ୍ୟମନ୍ତ୍ରୀ ପଦବୀ ଉପଭୋଗ କରୁଥିଲେ ମଧ୍ୟ ନବୀନ ପଟ୍ଟନାୟକ ବ୍ରଜରାଜନଗର ଜନତାଙ୍କ ପ୍ରତି ଦୃଷ୍ଟିପାତ କରିନାହାନ୍ତି । ବ୍ରଜରାଜନଗରର ଆତ୍ମା କହିଲେ ଓରିଏଂଟ ପେପର ମିଲକୁ ବୁଝାଏ । ରାଜ୍ୟକୁ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ବିଜେଡି ଡିଣ୍ଡିମ ପିଟୁଛି । ମାତ୍ର ତାର ସାମାନ୍ୟ ଝଲକ ବ୍ରଜରାଜନଗରରେ ଦେଖିବାକୁ ମିଳୁନି । ରାଜନୈତିକ ଇଚ୍ଛାଶକ୍ତିର ଅଭାବ କାରଣରୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଛି ବୋଲି ବହୁ ପୁରୁଖା ଲୋକ ମତବ୍ୟକ୍ତ କରିଛନ୍ତି । ଭୋଟରମାନେ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପ୍ରତି ଆନ୍ତରିକତା ପ୍ରକାଶ କରୁଛନ୍ତି । ଏହି ଦଳ ପ୍ରଥମ ଥର ପାଇଁ ବ୍ରଜରାଜନଗରରେ ବୁଲୁଛି । ସ୍ୱାଧୀନ ପ୍ରାର୍ଥୀ ସୀତାରାମ ବେହେରାଙ୍କୁ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ସମର୍ଥନ କରିଛି । ଲୋକମାନେ କଂଗ୍ରେସ, କମୁ୍ୟନିଷ୍ଟ, ବିଜେଡି ଓ ବିଜେପି ସୁଆଦ ଜାଣିସାରିଛନ୍ତି । ଥରେ ରାଷ୍ଟ୍ରୀୟ ପରିବର୍ତ୍ତନ ଦଳକୁ ସମର୍ଥନ କଲେ, କ୍ଷତି କ’ଣ ବୋଲି ଅନେକଙ୍କ ମୁହଁରୁ ଶୁଣିବାକୁ ମିଳୁଛି । 
 ଉପନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନମଣ୍ଡଳୀରେ ଆଶାନୁରୂପ ବିକାଶ ହୋଇ ନଥିବା ନେଇ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉଠୁଥିବା ପ୍ରଶ୍ନବାଣ ପ୍ରାର୍ଥୀମାନଙ୍କ ଆଡ଼ୁଆ ବଢ଼ାଇବାରେ ଲାଗିଛି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ବ୍ରଜରାଜନଗରଠାରେ ବନ୍ଦ ହୋଇ ପଡ଼ିଥିବା ଓରିଏଣ୍ଟ ପେପର ମିଲ୍। ଏହି ପେପର ମିଲ୍ ଏକଦା ଝାରସୁଗୁଡ଼ାରକୁ ପରିଚୟ ଦେଇଥିଲା। ପେପର ମିଲ୍ କହିଲେ ସେହି ସମୟରେ ବ୍ରଜରାଜନଗରକୁ ବୁଝାଉଥିଲା। ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହଜାର ହଜାର ଲୋକ ରୋଜଗାର ପାଇ ପାରିଥିଲେ। ପେପର ମିଲ୍ ଦ୍ବାରା ନିର୍ମାଣ ଘରେ ରହି କାମ କରି ଦୁଇ ପଇସା ରୋଜଗାର କରି ଆରାମରେ ଚଳୁଥିଲେ।ଏଥିପାଇଁ ଏହି ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲା। ସେହି ସମୟରେ ବ୍ରଜରାଜନଗର ଏବେ ଶ୍ରୀହୀନ ହୋଇ ପଡ଼ିଛି।  ରାଜ୍ୟର ଅନ୍ୟତମ ବୃହତ୍ ବ୍ଲକ ଲଖନପୁର ବ୍ଲକ୍ର ୩୩ଟି ପଞ୍ଚାୟତ, ଝାରସୁଗୁଡ଼ା ବ୍ଲକ୍ରେ ୫ଟି ପଞ୍ଚାୟତ, ଦୁଇଟି ପୌରସଂସ୍ଥା ବେଲପାହାଡ଼ ଓ ବ୍ରଜରାଜନଗରକୁ ନେଇ ଗଠନ ହୋଇଥିବା ଏହି ନିର୍ବାଚନମଣ୍ଡଳୀରେ ଅନେକ ସମସ୍ୟା ରହିଛି। 
ଏହି ସମସ୍ୟା ଆଜିର ନୁହେଁ ବହୁ ପୁରୁଣା। ଏକ ଦୀର୍ଘମିଆଦି ଯୋଜନା ଦ୍ବାରା ହିଁ ଏହି ସମସ୍ୟା ଗୁଡ଼ିକ ସମାଧାନ କରାଯାଇ ପାରେ। 

 

ଏହି ଅଞ୍ଚଳର ବିକାଶରେ ଅନ୍ତରାୟ ସାଜିଛି କିଏ? କୌଣସି ସରକାର ଏଠି କାହିଁକି ବିକାଶର ସ୍ବପ୍ନ ଦେଖୁ ନଥିଲେ ବୋଲି ବହୁ ବୁଦ୍ଧିଜୀବୀ ଏବେ ପ୍ରଶ୍ନ ଉଠାଇଛନ୍ତି।  ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ବିଶେଷ ସହାୟକ ହୋଇଥିବା ପେପର ମିଲକୁ ବନ୍ଦ କରିବା ପଛରେ କାହାର ହାତ ଥିଲା ବୋଲି ଏବେ ବୁଦ୍ଧିଜୀବୀ ଆଲୋଚନା କରୁଛନ୍ତି। ଏହି ଅଞ୍ଚଳରେ ଥିବା କୋଇଲା ଖଣି ଦେଶର ଅର୍ଥନୀତିରେ ଏକ ସିଂହଭାଗ ସହଯୋଗ କରୁଛି। ତଥାପି ଖଣି ବିସ୍ଥାପିତ ମାନଙ୍କୁ ଆଜି ବି ଉଚିତ ସହାୟତା ପ୍ରଦାନ କରାଯାଇ ନାହିଁ। ହୀରାକୁଦ ବିସ୍ଥାପିତଙ୍କ ଆଖିରୁ ଆଜିବି ଲୁହ ଶୁଖିନାହିଁ। ଉଚ୍ଚ ଶିକ୍ଷା ପାଇଁ କଲେଜ ନାହିଁ। ତୁରନ୍ତ ଚିକିତ୍ସା ସେବା ପାଇଁ ଭଲି ଡାକ୍ତରଖାନାଟିଏ ନାହିଁ। ଖଣି ଅଞ୍ଚଳର ଲୋକେ ଗ୍ରୀଷ୍ମ ଦିନରେ ପାଣି ମୁନ୍ଦିଏ ପାଇଁ ଆଜିବି ଡହକବିକଳ ହେଉଛନ୍ତି। ପ୍ରଦୂଷଣ ଏଠାରେ ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି। 

Related

News