ଦେଶର ପ୍ରମୁଖ ସହରରେ ପାଦଦେଲା କରୋନା ଟୀକା

  • 13-Jan-2021
  • 0 Comments


ପୁଣେସ୍ଥିତ ସେରମ ଇନଷ୍ଟିଚୁ୍ୟଟରୁ ଦେଶର ବିଭିନ୍ନ ସହରସ୍ଥିତ ଡାକ୍ତରଖାନାରେ ପ୍ରାୟ ଅଢ଼େଇ ଲକ୍ଷ କରୋନା ଟୀକା ପହଂଚିଛିି । ମଙ୍ଗଳବାର ସକାଳ ପ୍ରାୟ ୮ଟାରେ ପୁଣେରୁ କରୋନା ଟୀକା ନେଇ ପ୍ରଥମ ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ପରେପରେ ଆଉ ଦୁଇଟି ବିମାନ ଯଥାକ୍ରମେ ଚେନ୍ନାଇ ଓ ଅହମ୍ମଦାବାଦକୁ ଯାତ୍ରା କରିଥିଲା । ଶେଷ ବିମାନଟି ଦିନ ୨ଟା ୧୦ ମିନିଟରେ ଲକ୍ଷ୍ନୌକୁ ଯାତ୍ରା କରିଥିଲା । ଦିନ ଚାରିଟା ସୁଦ୍ଧା ଦେଶର ଚାରିଟି ପ୍ରମୁଖ ସହରରେ ପ୍ରାୟ ୫୪.୭୨ ଲକ୍ଷ ଟୀକା ପହଂଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ।

 

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟ୍ ଅନୁସାରେ ପୁଣେରୁ ପ୍ରାୟ ୫୬.୫ ଲକ୍ଷ କରୋନା ଟୀକା ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟୀ, ଅହମ୍ମଦାବାଦ, ଶିଲଂ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ବେଙ୍ଗାଲୁରୁ, ପାଟନା, ଲକ୍ଷ୍ନୌ ଓ ଚଣ୍ଡିଗଡ଼ରେ ପହଂଚିସାରିଛି ।  

Related

News