ସୌମ୍ୟ ଓ ସୁଧାଂଶୁଙ୍କୁ ନବୀନଙ୍କ ତଂଟିଆ 

  • 21-Sep-2023
  • 0 Comments


ବିଜେଡିରୁ ତଡା ଖାଇଲେ ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ  ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା I  ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେମାନଙ୍କୁ ବହିଷ୍କାର କରାଯାଇଛି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଜଣାଇଛନ୍ତି ।

ବିଜେଡି ପକ୍ଷରୁ ଜାରି ଏକ ପ୍ରେସ ରିଲିଜ୍‌ ଅନୁସାରେ ‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ଲୋନ୍‌ ସ୍କାମ୍‌ ସମ୍ପର୍କରେ ଇଓଡବ୍ଲୁରେ ସୌମ୍ୟଙ୍କ ନାଁରେ ଅଭିଯୋଗ କରାଯାଇଛି । ୩ ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଯାଇଛି। ଜାଲ୍‌ ତଥ୍ୟ ବଳରେ କୋଟି କୋଟି ଟଙ୍କା ଉଠାଯାଇଛି। ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍‌ ଫ୍ରଡ୍‌ ବୋଲି ପ୍ରେସ ରିଲିଜରେ ଜଣାଯାଇଛି I 

ଅନ୍ୟ ପକ୍ଷରେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍‌ସିଡି ହଡ଼ପ କରିଛନ୍ତି। ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ଟଙ୍କା ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି।

Related

News