ହାତୀଙ୍କୁ ନିୟନ୍ତ୍ରଣ କରିବ ରେଡିଓ କୋଲାରିଙ୍ଗ   

  • 23-Jun-2021
  • 0 Comments


ଚନ୍ଦକା ଅଭୟାରଣ୍ୟ ଭିତରେ ରହୁଥିବା ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଅତ୍ୟାଧୁନିକ ରେଡିଓ କୋଲାରିଙ୍ଗ ମେସିନ ଲଗାଯିବ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯିବ । ଫଳରେ ହାତୀଙ୍କ ଅବସ୍ଥାନ ସମ୍ପର୍କିତ ସୂଚନା ମିଳିଯିବ l ବେଙ୍ଗାଲୁରୁସ୍ଥିତ ଏସିଆନ ଏଲିଫ୍ୟାଣ୍ଟ ରିସର୍ଚ୍ଚ ସେଣ୍ଟର ସହାୟତାରେ ଚନ୍ଦକା ବନ୍ୟପ୍ରାଣୀ ବିଭାଗ ଏହି କାର୍ଯ୍ୟ ସମ୍ପାଦନ କରିବ l ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଆତଙ୍କ ସୃଷ୍ଟିକାରୀ ହାତୀଙ୍କୁ ନିଶ୍ଚେତକ ଦିଆଯାଇ ସେମାନଙ୍କ ଶରୀରରେ ରେଡିଓ କୋଲାରିଙ୍ଗ ଲଗାଯିବ। ଏହାଦ୍ୱାରା ହାତୀ ଉତ୍ପାତକୁ ନିୟନ୍ତ୍ରଣ କରାଯାଇପାରିବ। ଦୀର୍ଘଦିନ ଧରି ଚନ୍ଦକା ଅଭୟାରଣ୍ୟ ନିକଟସ୍ଥ ଗ୍ରାମଗୁଡ଼ିକରେ ହାତୀଗୁଡ଼ିକ ଲଗାତର ସାଧାରଣ ଲୋକଙ୍କ ଫସଲ ନଷ୍ଟ କରିବା ସହ ଅନେକ କ୍ଷତି କରୁଛନ୍ତି। 

Related

News