୧୫ରେ ଦେବ ଦମ୍ପତି ବିବାହ  

  • 11-Jun-2021
  • 0 Comments


ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ଚଳିତବର୍ଷ କୋଭିଡ କଟକଣା ଅନୁଯାୟୀ ସୀମିତ ସେବାୟତଙ୍କ ଉପସ୍ଥିତିରେ ବୈଦିକ ରୀତିନୀତି ଓ ଲୋକାଚାରରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଗତ ବୁଧବାର ଭଦ୍ରକ ଉପ ଜିଲ୍ଲାପାଳ  ତଥା ମନ୍ଦିର ଟ୍ରଷ୍ଟି ପିତାମ୍ବର ସାମଲ ସେବାୟତଙ୍କ ସହିତ ଆଲୋଚନା କରିଥିଲେ। ମନ୍ଦିରର ରୀତିନୀତି ଅନୁଯାୟୀ ଦେବଦମ୍ପତିଙ୍କ ବିବାହ ନିମନ୍ତେ ଲଗ୍ନଥାଳ ଉଠାକାର୍ଯ୍ୟ ଓ ଗୁଆ ମଙ୍ଗୁଳା କାର୍ୟ୍ୟ ସମ୍ପନ୍ନ ହେବା ପରେ ୧୪ ତାରିଖରେ ମଙ୍ଗଳପାଗ ନୀତି ଅନୁଷ୍ଠିତ ହେବ। ତା ସହିତ ପୀଠରେ ଥିବା ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯିବ।

ଚଳିତବର୍ଷ ବରାନୁଗମନ ଶୋଭାଯାତ୍ରାରେ ବାଜା ବାଜିବନି କି ଜଳିବନି ରୋଷଣୀ। ଏଥିପାଇଁ ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷରେ ବରଯାତ୍ରୀ ଓ ଖାଦ୍ୟ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ବିବାହ ଉତ୍ସବରେ ସାମିଲ ହେବାକୁ ଥିବା ସେବାୟତ ଓ ସେବାକାରୀଙ୍କର ୪୮ ଘଣ୍ଟା ପୂର୍ବରୁ କରୋନା ଟେଷ୍ଟ କରାଯିବ। ଲିଙ୍ଗରାଜ ମନ୍ଦିର ସମେତ ରାଜ୍ୟରେ ଥିବା ଅନ୍ୟ ଶିବ ମନ୍ଦିରରେ ମଧ୍ୟ ଦେବ ବିବାହ ଅନୁଷ୍ଠିତ ହେବ l  

Related

News