ଲୋକଙ୍କୁ ଯାତନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନମ୍ବର

  • 30-Jan-2021
  • 0 Comments


ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଅନ୍ୟ ରାଜ୍ୟର ସରକାର  ସାଧାରଣ ଲୋକଙ୍କ ସମସ୍ୟାକୁ ସମାଧାନ କରିବାରେ ତତ୍ପରତା ଦେଖାଇ ଥିଲାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ କ୍ଷମତା ଜାବୁଡ଼ି ଧରି ରଖିବାରେ ସଫଳ ହୋଇପାରିଛନ୍ତି । ଲୋକଙ୍କୁ ମୌଳିକ ଆବଶ୍ୟକତା ଯେପରିକି ସ୍ବଚ୍ଛ ପାନୀୟ ଜଳ, ଘର, ବିଜୁଳି, ସୁରକ୍ଷିତ ରନ୍ଧନ ଇନ୍ଧନ ଆଦି ଯୋଗାଇବାରେ ଓଡ଼ିଶା ସମଗ୍ର ଦେଶରେ ପଛୁଆ ରହିଛି। ଶୁକ୍ରବାର ଲୋକସଭାରେ ଆଗତ ହୋଇଥିବା ବର୍ଷ ୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟ ଏପରି ଏକ ନିରାଶାଜନକ ତଥ୍ୟ ପ୍ରଦାନ କରିଛି। ଗତ ୨୦୧୨ ମସିହା ତୁଳନାରେ ୨୦୧୮ ମସିହା ବେଳକୁ ସ୍ଥିତିରେ ଉନ୍ନତି ଆସିଥିଲେ ମଧ୍ୟ ଲୋକଙ୍କୁ ମୌଳିକ ଆବଶ୍ୟକତା ଯୋଗାଇବାରେ ୪ଟି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରା ସମଗ୍ର ଦେଶରେ ପଛୁଆ ରହିଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି। 

 

କେରଳ, ଗୁଜୁରାଟ, ଦିଲ୍ଲୀ, ଗୋଆ, ମିଜୋରାମ, ସିକ୍କିମ, ପଞ୍ଜାବ, ହରିୟାଣାର ବିଏନ୍‌ଆଇ ସମଗ୍ର ଦେଶରେ ଅଧିକ ଓ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତ୍ରିପୁରାର ବିଏନଆଇ ସମଗ୍ର ଦେଶରେ ସର୍ବନିମ୍ନ। ଅର୍ଥାତ ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇବାରେ ଏହି ୪ଟି ରାଜ୍ୟ ଦେଶରେ ପଛୁଆ। ସେହିପରି ହରିୟାଣା, ଗୁଜୁରାଟ, କେରଳ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ସିକ୍କିମ, ଆସାମ, ଅରୁଣାଚଳ ପ୍ରଦେଶ ଆଦି ରାଜ୍ୟ ଗତ ୨୦୧୨ ତୁଳନାରେ ୨୦୧୮ ବେଳକୁ ନିଜ ସ୍ଥିତିରେ ଦ୍ରୁତ ଉନ୍ନତି ହାସଲ କରିଛନ୍ତି। ଲୋକମାନଙ୍କୁ ମିଳୁଥିବା ମୌଳିକ ଆବଶ୍ୟକତାକୁ ପରିମାପ କରିବାକୁ କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ୟ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ମୌଳିକ ଆବଶ୍ୟକତା ସୂଚକାଙ୍କ (ବିଏନଆଇ)ର ବ୍ୟବହାର କରାଯାଇଥାଏ।

Related

News