କୋଣାର୍କ ଉତ୍ସବ ଆୟୋଜନକୁ ବିରୋଧ

  • 22-Nov-2020
  • 0 Comments


କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଆୟୋଜନ ବନ୍ଦ ରଖିବାକୁ ପ୍ରାର୍ଥନା କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ମାମଲାରେ ଦର୍ଶାଯାଇଛି ଯେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଦେଖା ଦେଇଥିବା ସ୍ଥିତିରେ କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଲୁକା କଳା ଉତ୍ସବ ଆୟୋଜନ ବନ୍ଦ ରଖିବା ଉଚିତ। ରାଜ୍ୟ ସାରା ପ୍ରମୁଖ ଉତ୍ସବ ସବୁ ଆୟୋଜନ ପାଇଁ ଅନୁମତି ଦିଆଯାଉ ନାହିଁ। କଟକ ବାଲିଯାତ୍ରା ଓ ଧବଳେଶ୍ବରଙ୍କ ବଡ଼ଓଷା ଉତ୍ସବ ମଧ୍ୟ କରୋନା ପାଇଁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।
କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ଚିନ୍ତାଜନକ ରହିଛି। ପ୍ରତିଦିନ ଶତାଧିକ ସଂକ୍ରମିତ ରାଜ୍ୟରେ ଚିହ୍ନଟ ହେଉଛନ୍ତି। କିନ୍ତୁ କୋଣାର୍କ ଓ ଚନ୍ଦ୍ରଭାଗା ବେଳାଭୂମିରେ ଡିସେମ୍ବର ୧ରୁ ୫ ତାରିଖ ପର୍ୟ୍ୟନ୍ତ ଉପରୋକ୍ତ ଉତ୍ସବ ଆୟୋଜନ କରାଯିବା ପାଇଁ ଯୋଜନା ହୋଇଛି। ଏପରି କାର୍ୟ୍ୟକ୍ରମକୁ ଅନୁମତି ଦିଆଯିବା ଉଚିତ ନୁହେଁ। 

Related

News