ଶ୍ରୀମନ୍ଦିର ହେଲା କଟକଣାମୁକ୍ତ

  • 10-Feb-2021
  • 0 Comments


ସରକାର ପୁରୀ ଶ୍ରୀମନ୍ଦିରକୁ କଟକଣାମୁକ୍ତ ଘୋଷଣା କରିଛନ୍ତି । ତା’ ସହିତ ଆନନ୍ଦ ବଜାରରେ ଅବଢ଼ା ବିକିବା ପାଇଁ ଅନୁମତି ମିଳିଛି । ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ଏଣିକି ସକାଳ ୬ଟାରୁ ନିଶ୍ଚିତ ଭାବେ ଦର୍ଶନ ଆରମ୍ଭ ହେବ, କେବଳ ପୁରୀବାସୀ ନୁହଁନ୍ତି, ସମସ୍ତେ ସକାଳ ୬ରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି। ଶ୍ରଦ୍ଧାଳୁ ଓ ଭକ୍ତ ସବୁ ରବିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହା ପୂର୍ବରୁ ସାନିଟାଇଜ ଦୃଷ୍ଟିରୁ ରବିବାର ଦିନ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବା ପାଇଁ ବାରଣ କରିଥିଲେ ରାଜ୍ୟ ସରକାର । କୋଭିଡ୍ ପରିସ୍ଥିତିରେ ସୁଧାର ଆସିଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । 

Related

News