ମହାନଦୀ କୂଳବାସୀଙ୍କୁ ସତର୍କ କଲା ପ୍ରଶାସନ 

  • 25-May-2021
  • 0 Comments


ସାମୁଦ୍ରିକ ଝଡ ୟସ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି l ଜୁନ ପହିଲା ପରେ ମହାନଦୀର ଉପର ମୁଣ୍ଡରେ ପ୍ରତିଷ୍ଠିତ ହୀରାକୁଦ ଜଳଭଣ୍ଡାରରୁ ଜଳ ଛଡାଯିବାର ସମ୍ଭାବନା ଅଛି l ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ୟସ କାରଣରୁ ବର୍ଷା ପରିମାଣ ୨୦୦ ମିଲିମିଟର ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ମହାନଦୀ କୂୂୂଳରେ ଅବସ୍ଥିତ ୧୩ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି। ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବଉଦ, ନୂଆପଡା, ଝାରସୁଗୁଡା, ନୟାଗଡ, କଟକ, ଅନୁଗୁଳ, ଜଗତସିଂହପୁର ଦେଇ ମହନସୀ ଓ ତାର ଶାଖା ନଦୀଗୁଡିକ ବହିଛନ୍ତି l 

 

ଆଗାମୀ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ କରାଯାଇଛି। ଅରେଞ୍ଜ ୱାର୍ଣ୍ଣିଂ ଅନ୍ତର୍ଭୁକ୍ତ ଜିଲ୍ଲା ହେଉଛନ୍ତି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା। ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୫୧ ମିଲିମିଟର, ଭଦ୍ରକ ଚାନ୍ଦବାଲିରେ ୯୭ ମିଲିମିଟର ଓ ପୁରୀରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ କିଛି ଅଂଚଳରେ ଝିପିଝିପି ବର୍ଷା ଲାଗି ରହିଛି।

Related

News