ନବୀନଙ୍କ ୫ ଟାଉଟର ଗରିବଙ୍କୁ କାଳ

  • 22-Jan-2021
  • 0 Comments


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଆଳରେ ୫ଟି ଟାଉଟରଙ୍କୁ ନିଯୁକ୍ତ କରିଛନ୍ତି । ଉକ୍ତ ଟାଉଟରଙ୍କ ନିଦେ୍ର୍ଦଶରେ ଏବେ ସରକାରୀ ଜାଗାରେ ଆଶ୍ରୟ ନେଇଥିବା ଗରିବ ପରିବାରଙ୍କୁ ଜୋର ଜବରଦସ୍ତ ତଡ଼ି ଦିଆଯାଉଛି । ଖାଲି ପଡ଼ିଥିବା ସରକାରୀ ଜାଗାକୁ ପ୍ରଶାସନ ବ୍ୟବହାର କରିପାରୁନି । ଅଥଚ ବାସଭୂମି ହରାଇଥିବା ଗରିବ ପରିବାରଙ୍କ ଉପରେ ସରକାର ଦାଉ ସାଧୁଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ଼ ଅଂଚଳରେ ।  ସ୍ଥାନୀୟ ସିଟି ହାଇସ୍କୁଲ ପଛ ପଟରେ ଅଭିମନ୍ୟୁ ଷ୍ଟାଡିୟମ ପାଚେରି ନିର୍ମାଣ ସମୟରେ ସରକାରୀ ଜମିକୁ ମୁକୁଳା ଛାଡି ପାଚେରି ନିର୍ମାଣ କରାଯାଇଛି । ଏହାକୁ ନେଇ ଖୋଦ ବଲାଙ୍ଗୀର ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ମହାରାଜ ସାଗରର ଉନ୍ନତିକରଣ ନାମରେ ଦେବକି ବେହେରା, ମୁଠେ କର, ଭିନ୍ନକ୍ଷମ ଗୀତାଞ୍ଜଳି ଜେନା, ମଥୁରା ପୋଢଙ୍କୁ ଘର ପ୍ରଶାସନ ଜେସିବି ମେସିନ ସହାୟତାରେ ଗତ ଦୁଇ ବର୍ଷ ପୂର୍ବେ ଭାଙ୍ଗି ଦେଇଥିଲା। 

ସେହିପରି ସହରର ହଟଲି ଅଞ୍ଚଳରୁ ଶକୁନ କାଣ୍ଡଙ୍କ ଘର ଉଚ୍ଛେଦ ହୋଇଥିଲା। ଭୂମୀହୀନ ଭିନ୍ନକ୍ଷମ ବିନୋଦ ସାହୁ ବାରମ୍ବାର ଜମି ଖଣ୍ଡେ ପାଇଁ ପ୍ରଶାସନ ପାଖରେ ଫେରାଦ ହୋଇଛନ୍ତି। ହେଲେ ଭୂମିହୀନଙ୍କୁ ଜାଗା ଟିକିଏ ଦିଆଯାଉ ନଥିବା ଆଜି ଉପଜିଲାପାଳଙ୍କ ପାଖରେ ଫେରାଦ ହୋଇ ଗୁହାରି କରିଛନ୍ତି। ସହରରେ ଏଭଳି ଅନେକ ପରିବାର ବର୍ଷ ବର୍ଷ ଧରି ରହିଆସୁଥିବା ବେଳେ ଜମି ସତ୍ୱ ପାଇନାହାନ୍ତି। ଅନେକ ଭୂମିହୀନ ଜାଗା ପାଇଁ ତହସିଲଦାରଙ୍କ ଠାରେ ବାରମ୍ବାର ଆବେଦନ କରୁଛନ୍ତି। ହେଲେ ତହସିଲ କାର୍ୟ୍ୟାଳୟରେ ମୋ ସରକାର ଲାଗୁ ହେବା ପରେ ମଧ୍ୟ ଆବେଦନଗୁଡିକ ବିଚାର ନହୋଇ ପଡି ରହିବା ସରକାରଙ୍କ ଦାୟିତ୍ୱହୀନ କାର୍ଯ୍ୟର ଉଦାହରଣ ବୋଲି ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ କୁହାଯାଇଛି ।

 

ସହରାଂଚଳରେ ସରକାରୀ ବାବୁ, ପୂର୍ବତନ ଲୋକପ୍ରତିନିଧିମାନେ ସରକାରୀ ଜାଗାକୁ ମାଡ଼ି ବସିଥିଲା ବେଳେ ଜିଲ୍ଲା ପ୍ରଶାସନ ଚୁପ ରହୁଛି, କିନ୍ତୁ ଗରିବଙ୍କୁ ସରକାରୀ ଜାଗାରୁ ତଡ଼ି ସଡ଼କ କଡ଼କୁ ଠେଲି ଦିଆଯାଉଛି । ଭୂମିହୀନଙ୍କୁ ସରକାରୀ ଜମି ଦେବା ପାଇଁ ସରକାର ଘୋଷଣା କରିଥିଲା ବେଳେ ୟେ କି ଅନ୍ୟାୟ ଚାଲିଛି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରାଯାଇଛି ।

Related

News