ପ୍ରଭୁ କପିଳେଶ୍ୱର ଖାଡ଼ା ଉପାସ

  • 20-Mar-2021
  • 0 Comments


ଭୁବନେଶ୍ୱର ସନ୍ନିକଟ ପ୍ରଭୁ କପିଳେଶ୍ୱର ପୀଠରେ ତାଲା ପଡ଼ିଥିବାରୁ ଠାକୁରଙ୍କୁ ଖାଡ଼ା ଉପାସ ରହିବାକୁ ପଡ଼ିଛି । ୬ ବର୍ଷ ଧରି ଚାଲିଥିବା ବିବାଦର ଅବସାନ ପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଉନାହିଁ । ଠାକୁରଙ୍କୁ ମଲିଆ ଓ ଖୁଂଟିଆଙ୍କ ବିବାଦର ଶିକାର ହେବାକୁ ପଡ଼ିଛି । ମନ୍ଦିର ଫାଟକରୁ ତାଲା ଖୋଲିନଥିଲା କି ଦିଅଁଙ୍କ ସେବାପୂଜା ହୋଇନଥିଲା। ଦିନସାରା ପ୍ରଭୁ କପିଳନାଥଙ୍କୁ ଖାଡ଼ା ଉପବାସ ରହିବାକୁ ପଡ଼ିଥିଲା। ଏଭଳି ଦୃଶ୍ୟ ଏକାମ୍ରକ୍ଷେତ୍ରର କପିଳେଶ୍ବରସ୍ଥିତ ପ୍ରଭୁ କପିଳନାଥଙ୍କ ମନ୍ଦିରରେ ଦେଖିବାକୁ ମିଳିଥିଲା। ମନ୍ଦିର ବାହାରେ ଉଭୟ ନିଯୋଗର ସେବାୟତ ବସି ରହିଥିଲେ। ମନ୍ଦିର ଓ ପୁଲିସ ପ୍ରଶାସନ ମଧ୍ୟ ଜଗି ରହିଥିଲେ।
 

ଶୁକ୍ରବାର ପାଳିଆ ସେବାୟତଙ୍କ ବଦଳରେ ମନ୍ଦିର ପ୍ରଶାସନ ଅନ୍ୟ ସେବାୟତ ଯୋଗାଇବାକୁ ନିଯୋଗ ସଭାପତି ତଥା ସମ୍ପାଦକଙ୍କୁ କହିଥିଲେ ମଧ୍ୟ ନିଯୋଗ ତରଫରୁ ମନ୍ଦିର ପ୍ରଶାସନକୁ ଅସହଯୋଗ କରାଯାଇଥିଲା। ଯାହାଫଳରେ ଦିନ ସାରା ମନ୍ଦିର ତାଲା ଖୋଲି ପାରିନଥିଲା। ମନ୍ଦିର, ଜିଲା ପ୍ରଶାସନ, ତିନିଜଣିଆ ତଦାରଖ କମିଟି ଓ ଦେବୋତ୍ତର କମିସନର ମଲିଆ ସେବାୟତଙ୍କ ଏଭଳି କାର୍ୟ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ପୂର୍ବରୁ ଶ୍ରୀଲିଙ୍ଗରାଜ ସେବାୟତ ଅନେକ ଥର ଦିଅଁଙ୍କ ନୀତି ବନ୍ଦ କରି ଉପବାସ ରଖିଥିବା ନଜିର ରହିଥିବା ବେଳେ ଏବେ କପିଳେଶ୍ବର ମନ୍ଦିରରେ ଅନୁରୂପ ପରିସ୍ଥିତି ଉପୁଜୁଛି।
 

Related

News