ରାଜ୍ୟର ୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର

  • 26-Jan-2021
  • 0 Comments


୭ ଜଣଙ୍କୁ ପଦ୍ମବିଭୂଷଣ ; ୧୦ ଜଣଙ୍କୁ ପଦ୍ମଭୂଷଣ ଓ ୧୦୨ ଜଣଙ୍କୁ ପଦ୍ମଶ୍ରୀ

ସାଧାରଣତନ୍ତ୍ର ଦିବସ ପୂର୍ବରୁ ସମ୍ମାନଜନକ ପଦ୍ମ ପୁରସ୍କାର ଓ ପଦ୍ମ ବିଭୂଷଣ ଘୋଷଣା କରାଯାଇଛି। ଚଳିତ ବର୍ଷ ୬ ଓଡ଼ିଆଙ୍କ ସହ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯିବ। ଆଜି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ତାଲିକା ଅନୁସାରେ ମୋଟ ୧୧୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମବିଭୂଷଣ(୭ଜଣ), ପଦ୍ମଭୂଷଣ(୧୦ଜଣ) ଓ ପଦ୍ମଶ୍ରୀ ପୁରସ୍କାର (୧୧୨ଜଣ) ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି। ଏମାନଙ୍କ ମଧ୍ୟରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ନାମ ମଧ୍ୟ ରହିଛି।

 

ଓଡ଼ିଆ ଭାସ୍କର୍ୟ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ଦେବା ପାଇଁ ମନୋନୀତ କରାଯାଇଛି। ସେହିପରି ସାହିତ୍ୟ ଓ ଶିକ୍ଷା ଲାଗି ରଜତ କୁମାର କର ଏବଂ ନନ୍ଦ ପୃଷ୍ଟିଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିବ  ସମାଜ ସେବା ଲାଗି ଶାନ୍ତି ଦେବୀ ଏବଂ କଳା ଲାଗି ପୂର୍ଣ୍ଣମାସୀ ଜାନିଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯିବାକୁ ଥିବାବେଳେ ମେଡ଼ିସିନ୍‌ ପାଇଁ ପଦ୍ମଶ୍ରୀ ପାଇବେ ଓଡ଼ିଶାର ଡା.କୃଷ୍ଣମୋହନ ପାଠୀ। 

Related

News