୨୦ରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ଯାତ୍ରା

  • 04-Apr-2021
  • 0 Comments


ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଓ ବାହୁଡା ନୀତିନିର୍ଘଣ୍ଟ ସମ୍ପର୍କରେ ଆଲୋଚନା ହୋଇଥିଲା। ମନ୍ଦିର ପ୍ରଶାସନ ଆୟୋଜିତ ବୈଠକରେ ଗତବର୍ଷ ନୀତି ନିର୍ଘଣ୍ଟ ଅନୁସାରେ ସବୁ ସେବା କରିବା ପାଇଁ ସେବାୟତମାନେ ସହମତି ପ୍ରକାଶ କରିଥିଲେ , ଆସନ୍ତା ୨୦ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ । ସେଦିନ ଭୋର ୫ଟାରେ ମନ୍ଦିର ପହଡ ଖୋଲି ମଙ୍ଗଳ ଆଳତୀ ଓ ଅବକାଶ ନୀତି ସମ୍ପନ୍ନ ହେବା ପରେ ଅନ୍ୟାନ୍ୟ ନୀତି କରାଯିବ। ଦିନ ସାଢେ ୧୨ଟାରୁ ଅପରାହ୍ଣ ସାଢେ ଗୋଟାଏ ଭିତରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ହୋଇ ଅପରାହ୍ଣ ସାଢେ ତିନିଟାରୁ ରଥଟଣା ଆରମ୍ଭ ହେବ। ସନ୍ଧ୍ୟା ସାଢେ ୭ଟାରେ ଶ୍ରୀଜୀଉ ରାମେଶ୍ୱର ମନ୍ଦିରରେ ବିଜେ କରିବା ପରେ ସେଠାରେ ଅନ୍ୟାନ୍ୟ ନୀତି କରାଯିବ। ସେହିପରି ୨୪ ତାରିଖରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରରେ ଅପରାହ୍ଣ ସାଢେ ଗୋଟାଏ ମଧ୍ୟରେ ଅଧରପଣା ଭୋଗ କରାଯାଇ ଶ୍ରୀଜୀଉଙ୍କ ପହଣ୍ଡି ନୀତି ଅପରାହ୍ଣ ୩ଟାରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

Related

News