ସାବଧାନ ୧୫ ଜିଲ୍ଲାବାସୀ

  • 15-Feb-2021
  • 0 Comments


ଶୀତ କମିବା ଆରମ୍ଭ କରିିଛି । ବଢୁଛି ତାତି । ଏବେଠାରୁ ରାଜଧାନୀ ଭୁବନେଶ୍ୱର ଗରମ ହେଲାଣି । ତା’ ୧୫ଟି ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଅଛି, ପାଣିପାଗ କାର୍ଯ୍ୟାଳୟ କହିଛି । ଆସନ୍ତା ଦୁଇଦିନ ପର୍ୟ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ରେ  ପାଗରେ ପରିବର୍ତ୍ତନ ଆସିବା ଦ୍ବାରା ରାଜ୍ୟର ବିଭିନ୍ନ ସ୍ଥାନ ମେଘୁଆ ରହିବ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡ ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହୋଇପାରେ। ୧୭ରେ ଦକ୍ଷିଣ-ଆଭ୍ୟନ୍ତରୀଣରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବିଜୁଳି ଘଡଘଡି ସହ ବର୍ଷାକୁ ଲକ୍ଷ୍ୟକରି ପାଣିପାଗ କେନ୍ଦ୍ର ପକ୍ଷରୁ ରାୟଗଡା,  ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର,  ମୟୂରଭଞ୍ଜ, କେନ୍ଦ୍ୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୮ରେ କେନ୍ଦୁଝର,  ମୟୂରଭଞ୍ଜ, କନ୍ଧମାଳ, ଗଜପତି, ଗଞ୍ଜାମ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲାରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି 

Related

News