ଆଜିଠାରୁ ମେ ୧୯ ଯାଏ ଲକ ଡାଉନ

  • 05-May-2021
  • 0 Comments


ବୁଧବାର ସକାଳୁ ୧୪ ଦିନ ପାଇଁ ଲକ ଡାଉନ ଆରମ୍ଭ ହୋଇଛି। ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକ ଡାଉନ କଟକଣା ଜାରି ରହିବ। ସମସ୍ତ ଅତ୍ୟାବଶ୍ୟକ ସେବାକୁ ଅନୁମତି ଦିଆଯାଇଛି ମାତ୍ର ସାଧାରଣ ଜନତାଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଛି। ସମସ୍ତ ଦୋକାନ, ବଜାର, ବସ, ଅଟୋ ଆଦି ଗଣ ପରିବହନ ବ୍ୟବସ୍ଥା ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ପକ୍ଷରୁ ବିଭିନ୍ନ ସହରରେ ଅବରୋଧ ଫାଟକ ଲଗାଯାଇ ଜନସାଧାରଣଙ୍କ ଯାତାୟତ ଏବଂ ଗାଡି ମଟର ଚଳାଚଳକୁ ନିୟନ୍ତ୍ରଣ କରାଯାଉଛି। ଲୋକେ କେଉଁ କାମରେ ବାହାରକୁ ଯାଉଛନ୍ତି ଏବଂ ସେମାନଙ୍କ ପାଖରେ ବୈଧ କାଗଜପତ୍ର ଅଛି କି ନାହିଁ ତାହା ତନଖି କରୁଛନ୍ତି। ଏହି ତାଲାବନ୍ଦରୁ ନିର୍ମାଣ ସାମଗ୍ରୀ, ଔଷଧ, ସାର, କୀଟନାଶକ, ସାର ଆଦି ଦୋକାନକୁ ବାଦ ଦିଆଯାଇଛି। ନିର୍ମାଣ କାର୍ଯ୍ୟ, ପଣ୍ୟ ପରିବହନ, କଳ କାରଖାନା କାମ ଚାଲୁ ରହିବାକୁ ଅନୁମତି ଦିଆଯାଇଛି। 
 

ସକାଳ ୬ଟାରୁ ତେଜରାତି ସାମଗ୍ରୀ, ମାଛ, ମାଂସ, ଅଣ୍ଡା ଓ ପରିବାର ଦୋକାନ ଆଦି ଖୋଲା ରହିବ । ଲୋକେ ଘର ପାଖରେ ଥିବା ଦୋକାନକୁ ଯାଇ ଆବଶ୍ୟକ ସାମଗ୍ରୀ କିଣିବାକୁ ପରାମର୍ଶ ଦିଆଯାଇଛି। ତା ସହିତ ଅଯଥାରେ ଭିଡ ନକରିବା ଏବଂ କୋଭିଡ କଟକଣା ସଂପୂର୍ଣ୍ଣ ଭାବରେ ପାଳନ କରିବାକୁ କୁହାଯାଇଛି। ତାଲାବନ୍ଦ ଆରମ୍ଭ ହେବାର ଦିନକ ପୂର୍ବରୁ ଅର୍ଥାତ ମଙ୍ଗଳବାର ଦିନ ଦୋକାନ ବଜାରରେ ପ୍ରବଳ ଭିଡ ହୋଇଥିଲା l 

Related

News