ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ ମିଳିଲାନି ପୁଲିସ ପଦକ!

  • 27-Jan-2024
  • 0 Comments


ଭୁବନେଶ୍ୱର: ସେବା ତ ସେବା ଉଲ୍ଲେଖନୀୟ ସେବା । ଓଡ଼ିଶାର ୩୩ ଜଣ ପୁଲିସ କର୍ମଚାରୀ କିଭଳି ସେବା ପ୍ରଦର୍ଶନ କରି ରାଷ୍ଟ୍ରପତି ପୁଲିସ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି; ତାହା ରାଜ୍ୟବାସୀଙ୍କୁ ମାଲୁମ ନାହିଁ ।
ଏଇ ହେଉଛି ଆମ ଭଳି ଅଯୋଗ୍ୟ ନାଗରିକଙ୍କ ଦକ୍ଷ ଯୋଗ୍ୟତା ।

ଆମକୁ ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଛନ୍ତି; ମାତ୍ର ଆମକୁ ସେମାନଙ୍କର ସେବାର ପ୍ରମାଣ ଦେଖିବାକୁ ମିଳୁନି । ସରକାରୀ ମାପଚୁପରେ ଯୋଉମାନଙ୍କ ସେବାକୁ ଉଲ୍ଲେଖନୀୟ ସେବା, ଗୁଣାତ୍ମକ ସେବା ଓ ବିଶିଷ୍ଟ ସେବା ପର୍ଯ୍ୟାୟଭୁକ୍ତ କରାଯାଇଛି; ସେହିମାନଙ୍କୁ ମହାମହିମ ରାଷ୍ଟ୍ରପତି ପୁଲିସ ପଦକ ମିଳିବ ।

ପଦକ ତାଲିକାରେ ଆଇପିଏସ ଅରୁଣ ବୋଥ୍ରାଙ୍କ ନାମ ନାହିଁ । ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ରହସ୍ୟକୁ ଚତୁରତାର ସହିତ ଉନ୍ମୋଚନ କରି ପାରିଥିବା ଦକ୍ଷ ଆଇପିଏସ ଅରୁଣ ବୋଥ୍ରାଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିଲାନି କିପରି? ସେହି ପ୍ରଶ୍ନଟା ଆଜି ରାଜ୍ୟର ସାଢ଼େ ଚାରିକୋଟି ଜନତାଙ୍କ ମୁଣ୍ଡକୁ ଘାରିଛି ।

ନୟାଗଡ଼ର ପରୀହତ୍ୟା, ମମିତା ମେହେର ହତ୍ୟା, ନବକିଶୋର ଦାସଙ୍କ ହତ୍ୟାଗୁଡ଼ିକ ରାଜ୍ୟର କ୍ଷମତାସୀନ ଦଳ ପାଇଁ ଗୋଟିଏ ଗୋଟିଏ ମହାବିପଦ ଥିଲା । ସେସବୁ ମହାବିପଦରୁ କ୍ଷମତାସୀନ ବିଜେଡିକୁ ଉଦ୍ଧାର କରିଥିବା ଆଇପିଏସ ଅଧିକାରୀ କୌଣସି ପର୍ଯ୍ୟାୟର ପୁଲିସ ପଦକ ମିଳିଲାନି । ବଡ଼ ବିଚିତ୍ର ୟେ ପଦକ ମନୋନୟନ ବ୍ୟବସ୍ଥା ।

ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଲୋକଙ୍କ ପାଖକୁ ନଯାଇ ଉଲ୍ଲେଖନୀୟ ସେବା ପଦକ ପାଇବେ । କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ଲୋକଙ୍କ ଗହଣରେ ଠେଲାପେଲା ଖାଇ ପୁଲିସ ପଦକ ପାଇବେ ।  

ଗୁଣାତ୍ମକ ସେବା ପାଇଁ ପୂର୍ବାଂଚଳ ଆଇଜି ସତ୍ୟବ୍ରତ ଭୋଇ, ଡିଏସପି ସାରଦା ପ୍ରସନ୍ନ ପ୍ରଧାନ, ଡିଏସପି ପ୍ରଦୀପ ସାମଲ, ଡିଏସପି ପ୍ରଶାନ୍ତ ସାହୁ, ଇନସ୍ପେକ୍ଟର ରଶ୍ମିରଂଜନ ମହାପାତ୍ର, ଡେପୁଟି କମାଣ୍ଡାଂଟ ରଜତ କେରକେଟା, ଏଏସଆଇ ବିଜୟ କୁମାର ପ୍ରଧାନ, ହାବିଲଦାର ଦିଲ୍ଲୀପ କୁମାର ନାଏକ, ସିପାହୀ ବନମାଳି ରାୟ, ନାମବାହାଦୁର ଛେତ୍ର ଓ କନଷ୍ଟେବଲ ଆରତି ସାହୁ ସମ୍ମାନୀତ ହେବେ । 

ବିଶିଷ୍ଟ ସେବା ପଦକ ପାଇଥିବା ମହାନ ପୁଲିସ କର୍ମଚାରୀଙ୍କୁ ଆମର କୋଟିକୋଟି ପ୍ରଣାମ । ଆମର ପରମ ସୌଭାଗ୍ୟ ଯେ ଏଭଳି ଦକ୍ଷ ସେବା ପ୍ରଦାନକାରୀ ଆମ ପାଖେପାଖେ ଅଛନ୍ତି ।

Related

News