ଗରିବଙ୍କ ପାଇଁ ସରକାରୀ ଯୋଜନା ନାହିଁ, ଆପଣମାନେ ଖୁସି !

  • 05-Feb-2021
  • 0 Comments


ଭଞ୍ଜନଗର ବ୍ଳକ ଅନ୍ତର୍ଗତ ବାରୁଡା ପଞ୍ଚାୟତ ​‌​‌ବାଲିଆପଟା ଗ୍ରାମ​‌ର ଦୁଃଖା ନାଇକଙ୍କ ପରିବାର ପାଇଁ ସତେ ଯେପରି ଭାଗ୍ୟ ଓ ନବୀନ ସରକାର ଆଖି ବଂଦ କରି ଦେଇଛନ୍ତି l ଭଞ୍ଜନଗର ବ୍ଳକ ଅନ୍ତର୍ଗତ ସାନକୋଦଣ୍ଡା ପଞ୍ଚାୟତର ଯୋଗିମାରି ଗ୍ରାମର ଦୁଃଖା ନାଇକ ନାମରେ ଜଣେ ଦଳିତ ଶ୍ରେଣୀର ବ୍ୟକ୍ତି କୌଣସି ଏକ ଘରୋଇ ସଂସ୍ଥାରୁ ୬୦ ହଜାର ଟଙ୍କାର ଗ୍ରୁପ ଋଣ ଆଣିଥିଲେ। ସେଥିମଧ୍ୟରୁ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ଶୁଝି ସାରିଥିବାବେଳେ ବାକିତକ ସୁଧ ସହ ଶୁଝି ନପାରିବାରୁ ଋଣ ପ୍ରଦାନକାରୀ ସଂସ୍ଥା ଓ ଗ୍ରୁପ ସହ ଜଡିତ ଥିବା ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଗ୍ରୁପ୍‍ ଟଙ୍କା ଶୁଝି ନ ପାରିବାରୁ ଦୁଃଖା ନିଜର ଘରଟିକୁ ବିକ୍ରି କରି ଦେଇଛନ୍ତି । ଘର ବିକ୍ରି ଟଙ୍କାରେ ଋଣ ପରିଶୋଧ କରି ପରିବାର ସହ ଭିଟାମାଟି ଛାଡି ବାଲିଆପଟା ଗ୍ରାମକୁ ଚାଲି ଆସିଥିଲେ ଦୁଃଖା। ସେଠାରେ ଝାଟିମାଟିରେ ଘର ଖଣ୍ଡିଏ କରି ରହୁଛନ୍ତି। ଦିନେ ଭଞ୍ଜନଗରକୁ କାମ କରିବାକୁ ଆସି ଦୁଃଖା ରାସ୍ତା ଉପରେ ଖସିଯିବାରୁ ଆହତ ହୋଇଥିଲେ। ଗୋଡରେ ବେଦନା ବଢି ଏବେ ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ମାଂସ ସବୁ ପଚିଗଲାଣି। ଅକର୍ମଣ୍ୟ ଅବସ୍ଥାରେ ସେ ଘରେ ବସିଛନ୍ତି। ରୋଜଗାର ବୋଲି କିଛି ନାହିଁ। ୩ଟି ଛୁଆକୁ ସମ୍ଭାଳିବା ସହ ଅକର୍ମଣ୍ୟ ସ୍ୱାମୀଙ୍କ ଚିକିତ୍ସାକୁ ନେଇ ଚିନ୍ତିତ ପତ୍ନୀ ଝିଲି। ଇତିମଧ୍ୟରେ ଝିଲି ତାର ୫ ମାସ ଶିଶୁପୁତ୍ରକୁ ବଡଭଉଣୀ ହାତରେ ଟେକି ଦେଇଛନ୍ତି। ଝିଲି ପାଖରେ ଏବେ ୪ ବର୍ଷର ପୁଅ ଓ ୨ ବର୍ଷର ଝିଅ ରହୁଛନ୍ତି। ୫ ମାସର ଶିଶୁପୁତ୍ରର ଲାଳନପାଳନ ପାଇଁ ବଡ ଭଉଣୀ ପାଖରେ ଛାଡିଥିବା ଝିଲି ପ୍ରକାଶ କରିଛନ୍ତି। ଗଣମାଧ୍ୟମ ପ୍ରତିନିଧି ଉପ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଏହି ବିଷୟ  ଆଣିବା ପରେ ସରକାରୀ ସ୍ତରରେ କିଛି ପଦକ୍ଷେପ ଗ୍ରହଣ କରାଯାଇଛି l 

 

ଅଭାବ ଅନାଟନରେ ସନ୍ତୁଳିତ ହୋଇ ଶେଷରେ ଘର ଖଣ୍ଡିକ ହରାଇବାକୁ ପଡିଲା। ଋଣ ଟଙ୍କା ଶୁଝି ନପାରି ଘର ଖଣ୍ଡିକ ବି ବିକ୍ରି କରିଦେଲେ। ଭିଟାମାଟି ଛାଡି ଅନ୍ୟ ଏକ ଗାଁରେ ଚାଳଛପର କରି ପରର ମୂଲ ଲାଗି କୁଟୁମ୍ବ ପୋଷିଲେ। ଦୁଃଖ ଏତିକିରେ ସରି ନଥିଲା। ମୂଲ ଲାଗିବାକୁ ଭଞ୍ଜନଗର ଯିବା ବେଳେ ହଠାତ୍‍ ରାସ୍ତା ଉପରେ ଗୋଡ ଖସିଯିବାରୁ ପଙ୍ଗୁ ହୋଇଗଲେ। ଘରର ମୁରବୀ ଏକପ୍ରକାର ଅକର୍ମଣ୍ୟ ହୋଇପଡିବାରୁ ପରିବାରର ୪ ପ୍ରାଣୀ କୁଟୁମ୍ବ ଭୋକ ଉପବାସରେ ଦିନ କାଟୁଛନ୍ତି। 

Related

News