ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

  • 23-Nov-2020
  • 0 Comments


ଉତ୍କଳମଣିଙ୍କ ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ ସ୍ଥାପନ

ଐତିହାସିକ ବାରବାଟୀ ଷ୍ଟାଡିୟମ ଛକରେ ରବିବାର ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ ହ୍ୟୁମାନିଟି’ (ମାନବିକତାର ପ୍ରତୀକ) ସ୍ଥାପନ ହୋଇଛି। ଜିଲା ପ୍ରଶାସନ, ପୂର୍ତ୍ତ ଡିଭିଜନ-୧ ଏବଂ ନାଲକୋ ସହଯୋଗରେ ଗୋପବନ୍ଧୁଙ୍କର ପ୍ରାୟ ୧୨ଫୁଟ ଉଚ୍ଚର ପ୍ରତିମୂର୍ତ୍ତି କ୍ରେନ ସହାୟତାରେ ରବିବାର ଅପରାହ୍ଣରେ ସ୍ଥାପନ କରାଯାଇଥିଲା। ରାଜ୍ୟରେ ଏହା ଗୋପବନ୍ଧୁଙ୍କର ସର୍ବୋଚ୍ଚ ଉଚ୍ଚତାର ପ୍ରତିମୂର୍ତ୍ତି। ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବା ପରେ ଖୁବଶୀଘ୍ର ଏହାର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହେବ i

Related

News