ୟାସ ତାଣ୍ଡବ: ସକାଳ ଯାଏ ସାବଧାନ

  • 26-May-2021
  • 0 Comments


ଓଡ଼ିଶା ଉପକୂଳରେ ଅବସ୍ଥିତ ଧାମରା ବନ୍ଦର ନିକଟରେ ସାମୁଦ୍ରିକ ଝଡ଼ ‘ୟାସ’ ସ୍ଥଳଭାଗ ଛୁଇଁଛି । ଫଳରେ ୟାସର ପ୍ରଭାବ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଉପରେ ସର୍ବାଧିକ ରହିବ । ମାତ୍ର ଏହାର ପ୍ରଭାବରେ ଅନ୍ୟ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନର ଚାପ ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ । ଦିନ ୨ଟା ପର୍ଯ୍ୟନ୍ତ ୟାସ ପ୍ରଭାବଶାଳୀ ରହିବ । ତା’ପରେ ୟାସ ଦୁର୍ବଳ ହେବାକୁ ଲାଗିବ । ସନ୍ଧ୍ୟା ବେଳକୁ ୟାସ ପ୍ରଭାବହୀନ ହୋଇଯିବ । ସୂଚନା ମୁତାବକ,  ବୁଧବାର ସକାଳ ୯ଟାରେ ଧାମରାର ଉତ୍ତର, ବାଲେଶ୍ୱର ସହର ତଳକୁ ବାହାନଗା ନିକଟରେ ୟାସ ଲ୍ୟାଣ୍ଡଫଲ କରିଛି । ବାଲେଶ୍ୱର ଜିଲ୍ଲା ଅତିକ୍ରମ କରିବାକୁ ୫ ରୁ ୬ ଘଣ୍ଟା ସମୟ ଲାଗିବ। ବାଲେଶ୍ୱରରୁ ୟାସ ମୟୁରଭଞ୍ଜ ଆଡକୁ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଗତି କରିବ l    ଦିନ ୩ଟା ଯାଏଁ ଭଦ୍ରକ, ବାଲେଶ୍ୱରରେ ସକ୍ରିୟ ରହିବ ପରେ ୪ ଟାରୁ ମୟୁରଭଞ୍ଜରେ ବର୍ଷା, ପବନ ବଢିବ। ମୟୁରଭଞ୍ଜରୁ ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡଖଣ୍ଡ ମୁଖେ ଚାଲିଯିବ। ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି।

ମୟୁରଭଞ୍ଜ ଜୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିମି ବର୍ଷା ରେକର୍ଡ଼ କରାଯାଇଛି। ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ମିମି ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱର ଓ ଭଦ୍ରକ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସନ୍ଧ୍ୟା ଯାଏଁ ପବନର ବିପଦ ରହିବ। ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ ରୁ ୧୫୦ କିମି ପବନ ହେଉଛି। ଜଗତସିଂହପୁର ଓ କେନ୍ଦ୍ରାପଡାରେ ପବନର ବେଗ କିମିଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ। କାଲି ସକାଳ ପରେ ପାଗରେ ସୁଧାର ଆସିବ। 

Related

News