ବିନା ସୂଚନା ଫଳକରେ ପ୍ରକଳ୍ପ ନିର୍ମାଣ

  • 08-May-2021
  • 0 Comments


ଆଗରପଡ଼ା: ସରକାରଙ୍କ ବଜେଟରେ ଆରମ୍ଭ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକଙ୍କୁ ଜଣାଇବା ପାଇଁ ଏକ ସୂଚନା ଫଳକର ଆବଶ୍ୟକତା ପଡ଼ିଥାଏ । ସଂପୃକ୍ତ ପ୍ରକଳ୍ପ କାର୍ଯ୍ୟ ପାଇଁ ରାଜକୋଷରୁ କେତେ ପରିମାଣର ଅର୍ଥ ବ୍ୟୟ ବରାଦ କରାଯାଉଛି, ଟଙ୍କା ଠିକ ବାଟରେ ଖର୍ଚ୍ଚ ହେଉଚି କି ନା’, ସେ ସମ୍ପର୍କୀତ ଟିକିନିଖି ତଥ୍ୟ ଉଲ୍ଲେଖ କରାଯାଇଥିବା ଫଳକଟିଏ ପ୍ରକଳ୍ପ ନିକଟରେ ରଖାଯିବାର ନିୟମ ରହିଛି । କିନ୍ତୁ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ଯୋଗାଣ ବିଭାଗ ପକ୍ଷରୁ ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଂଚାୟତ ଅନ୍ତର୍ଗତ ବିଶଲକଣା ଗ୍ରାମରେ ନିର୍ମାଣାଧୀନ ପ୍ରକଳ୍ପ କ୍ଷେତ୍ରରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ପ୍ରକଳ୍ପ ପାଇଁ କେଉଁ ବିଭାଗ ବ୍ୟୟ ବରାଦ କରିଛି ।

କେତେ ପରିମାଣର ଅର୍ଥ ମଞ୍ଜୁର କରିଛି । କେଉଁ ଠିକାଦାର କାର୍ଯ୍ୟାଦେଶ ପାଇଛି । କେଉଁ ସରକାରୀ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପ୍ରକଳ୍ପ କାର୍ଯ୍ୟ ନିର୍ମାଣ ଚାଲିଛି । କାର୍ଯ୍ୟାଦେଶ ଆରମ୍ଭ ସଂପର୍କରେ ସୂଚନା ଫଳକ ଦେଖିବାକୁ ମିଳୁନାହିଁ । ବିଭାଗ ପକ୍ଷରୁ ଏଭଳି ତ୍ରୁଟି ଦେଖି ଲୋକଙ୍କ ମୁହଁରୁ ନାନା ଅଭିଯୋଗ ଶୁଣିବାକୁ ମିଳୁଛି । ସରକାରୀ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସୂଚନା ଫଳକଟିଏ ଲଗାଇବାର ବନେ୍ଦାବସ୍ତ କଲେ, ଲୋକମାନେ ଅଯଥା ଗୁଜବ ପ୍ରତି କର୍ଣ୍ଣପାତ କରିବେ ନାହିଁ ।

Related

News