ପୌର ନିର୍ବାଚନ ପୂର୍ବରୁ ରାଜନୈତିକ ଦଳ ଭିଡ଼ାଭିଡ଼ି

  • 14-Dec-2020
  • 0 Comments


ପରୀ ମାମଲାରେ ବିରୋଧୀ ନିଆଁରେ ଘିଅ ଢ଼ାଳୁଥିବାବେଳେ ପାଠକ ମାମଲାରେ ଶାସକ ଦଳ ନିଜର ତଥାକଥିତ ଦୁର୍ନୀତି ବିରୋଧୀ ଛବି ସର୍ବସାଧାରଣରେ ଅଧିକ ପ୍ରସାରିତ କରିବାକୁ ଲାଗିପଡ଼ିଛି। ସବୁଠୁ ରୋଚକ କଥା ହେଲା ଏବେ ଜାତୀୟ ସ୍ତରରେ ଚାଲିଥିବା ଚାଷୀ ଆନ୍ଦୋଳନରୁ ସବୁ ଦଳ ଭିନ୍ନ ଭିନ୍ନ ଢ଼ଙ୍ଗରେ ଫାଇଦା ଉଠାଇବା ଚକ୍କରରେ ଅଛନ୍ତି। କଂଗ୍ରେସ ଓ ବାମପନ୍ଥୀ ସମ୍ପୂର୍ଣ୍ଣ ବିରୋଧ କରୁଥିବାବେଳେ ବିଜେଡ଼ି ନିଜ ଢ଼ଙ୍ଗରେ ଚାଷୀ ସପକ୍ଷରେ ଥିବା ପ୍ରଚାର କରୁଛି।

 ବିଜେଡ଼ି ରାଜ୍ୟବ୍ୟାପୀ ଚାଷୀ ସମାବେଶର ଡ଼କରା ବି ଦେଲାଣି ଓ ବିଜେପି କୃଷି ଆଇନର ଫାଇଦାକୁ ବୁଝାଇବା ଲାଗି ରାଜ୍ୟବ୍ୟାପୀ ସମାବେଶ କରିବାକୁ ଘୋଷଣା କରିଛି। ତେବେ ରାଜ୍ୟ ରାଜନୀତି ଏବେ ଚାଷୀ ଆନ୍ଦୋଳନ ତୁଳନାରେ ପରୀ ଓ ପାଠକ ମାମଲାକୁ ନେଇ ଅଧିକ ବେଶୀ ଚର୍ଚ୍ଚାରେ। ନୟାଗଡ଼ର ଶିଶୁ କନ୍ୟା ପରୀ ହତ୍ୟା ଘଟଣାରେ ଏ ପର୍ୟ୍ୟନ୍ତ ତଦନ୍ତ ଭାର ନେଇଥିବା ଏସଆଇଟି କିଛି କୁଳକିନାରା ପାଉ ନ ଥିବାବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ହଟଚମଟ ଜାରି ରଖିଛନ୍ତି। ବିଜେପି ଧାରଣା ଚଳାଇଥିବାବେଳେ କଂଗ୍ରେସରେ ଏ ପ୍ରସଙ୍ଗକୁ ନେଇ ଦଳୀୟ ନେତାଙ୍କ ଭିତରେ ଦ୍ୱିମତ ସତ୍ତ୍ବେ ମଝିରେ ମଝିରେ ସରକାରଙ୍କ ବିରୋଧରେ ବୟାନବାଜି ଚାଲିଛି।

ସବୁଠୁ ବଡ଼ କଥା ହେଲା ପରୀ ହତ୍ୟା ଭଳି ସ୍ପର୍ଶକାତର ଘଟଣାକୁ ବିରୋଧୀ ଆଦୌ ହାତଛଡ଼ା କରିବାକୁ ଚାହୁଁନାହାନ୍ତି। ଆଗାମୀ ପୌର ନିର୍ବାଚନ ପର୍ୟ୍ୟନ୍ତ ରାଜ୍ୟର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବିରୋଧୀ ଅଧିକ ଶାଣିତ ଢ଼ଙ୍ଗରେ ସତେଜ ରଖିବାକୁ ଗୋଟି ଚଳାଉଛନ୍ତି। ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡ଼ି ନିଜ ଶକ୍ତି ପ୍ରଦର୍ଶନରେ ସଫଳ ହୋଇଛି।

ଅନ୍ୟ ଛୋଟଛୋଟ ରାଜନୈତିକ ଦଳ ସେମାନଙ୍କର ଉପସ୍ଥିତି ଜାହିର କରିବା ପାଇଁ ନାନା ଉପାୟ ଆଦରି ନେଇଛନ୍ତି । କେହି ଦୁଇ ରାଜନୈତିକ ଦଳ ଭିତରୁ ଗୋଟିକୁ ଧରିଛି । ପୁଣି କେହି ସ୍ୱତନ୍ତ୍ର ଭାବେ ଲଢ଼ିବାକୁ ଚିନ୍ତା କରୁଛି । 


 

Related

News