ନବୀନଙ୍କ ଶାସନରେ କଳଙ୍କ

  • 26-Jun-2021
  • 0 Comments


ଖଟିଆରେ ବୁହାଗଲେ ପ୍ରସୂତି
ସରକାରୀ ବାବୁ ଖାଇଗଲେ ପକ୍କା ରାସ୍ତା 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନପ୍ରିୟ ଶାସନରେ କଳଙ୍କର ଦାଗ ଲଗାଇବା ପାଇଁ କିଛି ସରକାରୀ ବାବୁଙ୍କ ଦାୟିତ୍ୱହୀନତା ପ୍ରତି ଆକ୍ଷେପ କରାଯାଉଛି । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । କାଶୀପୁର ବ୍ଲକ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ କିରାଆମ୍ବ ଗ୍ରାମରେ କସେଇ ମାଝୀଙ୍କ ସ୍ତ୍ରୀ ବାସନ୍ତୀ ମାଝୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ବାସନ୍ତୀଙ୍କୁ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର ନିମନ୍ତେ ଆମ୍ବୁଲାନ୍ସ ସହ ଯୋଗାଯାଗ କରାଯାଇଥିଲା। ଆମ୍ବୁଲାନ୍ସ  ଆସିଥିଲେ ମଧ୍ୟ ଗ୍ରାମକୁ ଭଲ ରାସ୍ତା ନ ଥିବାରୁ ଉକ୍ତ ଗ୍ରାମରେ ପହଞ୍ଚି ପାରିନଥିଲା। ଗାଁଠାରୁ ପ୍ରାୟ ୩ କିମି ଦୂରରେ ଆମ୍ବୁଲାନ୍ସ ରହିଲା l ଗର୍ଭବତି ମହିଳାଙ୍କୁ ପରିବାର ଲୋକେ ଖଟିଆରେ ବୋହି ନେଇଥିଲେ।

ଏହାପରେ ତାଙ୍କୁ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗର୍ଭବତି ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏଭଳି ଘଟଣା କାଶୀପୁର ବ୍ଲକରେ ବାରମ୍ବାର ଘଟୁଥିବା ବେଳେ ସ୍ଥାନୀୟ ଲୋକମାନେ କହିଛନ୍ତି, ଜିଲା ପ୍ରଶାସନ ପକ୍କା ରାସ୍ତା ଖାଇଗଲେ ଚଳିବ ମାତ୍ର କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ବାଇକ ଆମ୍ବୁଲାନ୍ସ ଯୋଗାଇ ଦେଲେ ଭଲ ହୁଅନ୍ତା l 

Related

News