ଦୀପାଳିଙ୍କୁ ମୁଖ୍ୟମନ୍ତ୍ରୀ କରି ସନ୍ନ୍ୟାସ ନେବି: ନବୀନ

  • 11-May-2023
  • 0 Comments


ଆପଣମାନେ ଦୀପାଳିକୁ ଜିତାନ୍ତୁ, ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରି ସନ୍ନ୍ୟାସ ନେବି । ଆଉ କେହି ନୁହନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନ ସଭାରେ ଯୋଗଦାନ କରି କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୁହଁରୁ ଏହି କଥାଟି ଶୁଣିବା ପରେ ଉପସ୍ଥିତ ଦଳର ତୁଙ୍ଗନେତା ଓ କର୍ମୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କ ଆଡ଼କୁ ଯିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । କଡ଼ା ସୁରକ୍ଷା ବଳୟ ଭିତରେ ଅଭିଭାଷଣ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ବାଟରେ ଚାଲିଯାଇଥିଲେ ।

ମତଦାନ ସରିବା ପରେ ଝାରସୁଗୁଡ଼ାର ଅଧିକାଂଶ ଭୋଟରଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ? ସତରେ କ’ଣ ଦୀପାଳି ଦାସଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେଡି ସୁପ୍ରିମୋ ରାଜନୀତିରୁ ସନ୍ନ୍ୟାସ ନେଇଯିବେ । ତେବେ କିଛି ବାତେରା ଟୋକା ପ୍ରତିକ୍ରିୟାରେ କହିଛନ୍ତି, ବାପାକୁ ମାରି ନବୀନବାବୁ ଯୋଉ ଅପରାଧ କରିଛନ୍ତି ସେଥିରୁ ମୁକ୍ତି ପାଇବା ପାଇଁ ଝିଅକୁ ମୁଖ୍ୟମନ୍ତ୍ରୀ କରିବା କଥା କହିଛନ୍ତି ।

ଖାଲି ସେତିକି ନୁହେଁ, ନବ କିଶୋର ଦାସଙ୍କ ଶନି ଆରାଧନାର ଫଳ ଦୀପାଳିଙ୍କୁ ମିଳିବାକୁ ଯାଉଛି । ଦୀପାଳିଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ଥିବାରୁ ନବଦାସଙ୍କୁ ନେଇଗଲେ ।

ସେଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ଗୋପାଳ ଦାସକୁ ଦୋଷ ଦେଇ କିଛି ଲାଭ ନାହିଁ । କେହି ନହେଲେ ନାହିଁ ଅଭିଯୁକ୍ତ ଗୋପାଳ ଦାସକୁ ଦୀପାଳି ଦାସ ଧନ୍ୟବାଦ ଦେବା ସହ କ୍ଷମା କରିଦେବା ଦରକାର । କାରଣ ସେ ନବଦାସଙ୍କୁ ଗୁଳି କରି ନଥିଲେ,  ଦୀପାଳିଙ୍କୁ ବିଧାୟିକା ହେବାର ସୁଯୋଗ ମିଳି ନଥାନ୍ତା ।

Related

News