ଜଙ୍ଗଲରେ ଘାସ ଓ ଫଳଚାଷ କରିବେ ସରକାର

  • 17-Nov-2020
  • 0 Comments


ଆଠଗଡ଼ ବନଖଣ୍ଡରେ ହାତୀ ଓ ମଣିଷ ଲଢ଼େଇ ବନ୍ଦ କରିବା ପାଇଁ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ହାତୀଙ୍କ ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷିତ କରିବା ପାଇଁ ସରକାର ଜଙ୍ଗଲରେ ଘାସଚାଷ କରିବେ । ତା’ ସହିତ ପଣସ, ଆମ୍ବ ଓ କାଜୁ ଭଳି ଫଳଚାରା ରୋପଣ କରିବେ । ସରକାରଙ୍କ ମତରେ ଏଭଳି ପଦକ୍ଷେପ ନେବା ଫଳରେ କିଛି ବର୍ଷ ଭିତରେ ଜଙ୍ଗଲରେ ଘାସ ଓ ଫଳଗଛର ଅଭାବ ଦୂର ହୋଇଯିବ । ହାତୀମାନେ ଆଉ ଗ୍ରାମାଞ୍ଚଳରେ ପଶି ଲୋକଙ୍କୁ ଆକ୍ରମଣ କରିବେ ନାହିଁ । ପ୍ରଥମ କରି ରାଜ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯିବାର ନିଷ୍ପତି ନିଆଯାଇଛି ।

Related

News