ଭୂମିହୀନ ପରିବାରକୁ ଜମିପଟ୍ଟା ଦାବି

  • 28-Jan-2021
  • 0 Comments


ବାଙ୍କି ତହସିଲର ରଗଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁନାଦେଈପୁର ଓ ଦୁର୍ଗାପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଭୁକ୍ତ ଦୁର୍ଗାପୁର (କମଳାବାଗ) ଅଂଚଳରେ ୪୦ ବର୍ଷରୁ ଅଧିକ ସମୟ ଧରି ଅସ୍ଥାୟୀ ଭାବେ ବସବାସ କରି ଆସୁଥିବା ପରିବାରକୁ ଜମିପଟ୍ଟା ଦେବା ପାଇଁ ବୁଧବାର କଂଗ୍ରେସ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପତ୍ର ଦିଆଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ଭୂମିହୀନଙ୍କୁ ଚିହ୍ନଟ କରି ପଟ୍ଟା ଯୋଗାଇ ଦେବାପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ ଏମାନେ ଏଥିରୁ ବଞ୍ଚିତ ଥିବା ବାଙ୍କୀ କଂଗ୍ରେସ ଅଭିଯୋଗ କରିଛି । ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଏହାକୁ ତହସିଲଦାରଙ୍କ ମାଧ୍ୟମରେ ତଦନ୍ତ କରିବା ପରେ କଟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ଯୋଗ୍ୟ ବିବେଚିତ ହୋଇଥିବା ଭୂମିହୀନମାନଙ୍କୁ ପଟ୍ଟା ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।

Related

News