ମହିଳା ଚାଷୀଙ୍କ ସହ ଖେଳୁଛନ୍ତି ନବୀନ

  • 06-Feb-2021
  • 0 Comments


ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସର ମଧ୍ୟରେ ଥିବା ମଣ୍ଡିରେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ । ଟାର୍ଗେଟ ଆସି ନଥିବା କହି ଚାଷୀଙ୍କୁ ଫେରାଇ ଦିଆ ଯାଉଥିବା ବେଳେ କିଛି ଟୋକନ ପାଇଥିବା ଚାଷୀଙ୍କଠାରୁ ଧାନ କିଣା ଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଧାନମଣ୍ଡିରୁ ନ ଉଠିବାରୁ ରାତିରେ ନିଜେ ଜଗି ରହୁଥିବା କହିଛନ୍ତି ଜଣେ ମହିଳା ଚାଷୀ । ନବରଙ୍ଗପୁର ବ୍ଲକ ମଣ୍ଡିରେ ୨୦୬୬୮୪ କ୍ୱିଣ୍ଟାଲ୍ ଟାର୍ଗେଟ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୦୫୧୫୧ କ୍ୱିଣ୍ଟାଲ୍ ଧାନ କିଣା ଯାଇଥିବା ନବରଙ୍ଗପୁର ଲ୍ୟାମ୍ପ୍ ଏମଡି ଅରୁଣ ମହାପାତ୍ର ସୂଚନା ଦେଇଛନ୍ତି । ପୁନର୍ବାର ଟାର୍ଗେଟ୍ ଆସିଲେ ବଳକା ଚାଷୀମାନଙ୍କ ଧାନ ଉଠାଯିବ ବୋଲି ଏମଡି କହିଥିଲେ। ସେହିପରି ବିକ୍ରମପୁର ମଣ୍ଡିରେ ଅନ୍ୟ ଏକ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।

 

ଆଜିକୁ ପ୍ରାୟ ୧୩ ଦିନ ହେବ ରାଜକୁମାରୀ ଦଳେଇ ନାମକ ମହିଳା ନିଜ ୧୦୪ କ୍ୱିଣ୍ଟାଲ୍ ଧାନକୁ ମଣ୍ଡିକୁ ନେଇ ମଣ୍ଡିରେ ରଖି ରାତିରେ ମଣ୍ଡିରେ ଜଗୁଥିବା ଅଭିଯୋଗ କରିଛନ୍ତି । ହଜାର ହଜାର କ୍ୱିଣ୍ଟାଲ୍ ଧାନ ମଣ୍ଡିଗୁଡିକରେ ପଡି ରହିଥିବା ବେଳେ ଏହାର ତଦାରଖ ଓ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇବା ସହ କେବେ ଟାର୍ଗେଟ ଆସିବ, କେବେ ଟୋକନ ମିଳିବ ଓ କେବେ ଧାନ ଉଠିବ ସେ ନେଇ ଚିନ୍ତାରେ ଚାଷୀ। 

Related

News