ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ ନବରୂପ ଦିଆଯିବ

  • 06-Dec-2020
  • 0 Comments


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ବିଶ୍ୱସ୍ତରୀୟ ୱେବସାଇଟ୍ , ପୁରାତନ ଛାତ୍ରସଂଘ ଏବଂ ଏହାର ୱେବସାଇଟ୍ ଲୋକାର୍ପଣ କରିଛନ୍ତି। ଏହି ୱେବସାଇଟ୍ ଦ୍ୱାରା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ତା’ର ବିଶ୍ୱସ୍ତରୀୟ ଡିଜିଟାଲ୍‌ ଉପସ୍ଥିତି ଓ ପୁରାତନ ଛାତ୍ରସଂଘକୁ ପରିଚିତ କରାଇବ

୭୬ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ସେବା ଯୋଗାଇବାର ଗୌରବମୟ ଇତିହାସ ବହନ କରିଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ ଦେଶର ପୁରାତନ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କ ମଧ୍ୟରେ ଅନ୍ୟତମ, ଏପରିକି ବିଶ୍ୱର ଅନେକ ସ୍ୱାସ୍ଥ୍ୟାନୁଷ୍ଠାନ ମଧ୍ୟରେ ପୁରାତନ। ବର୍ତ୍ତମାନର କୋଭିଡ୍‌-୧୯ ସଂକଟ କାଳରେ ଏହା ସାରା ରାଜ୍ୟରେ ଆନୁଷ୍ଠାନିକ ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି।

ଗତ ୭୬ ବର୍ଷ ମଧ୍ୟରେ ଏହି ଅନୁଷ୍ଠାନ ଲକ୍ଷାଧିକ ଲୋକଙ୍କ ସେବା କରିଛି ଏବଂ ଗତ ୧୦ ବର୍ଷ ମଧ୍ୟରେ ୧୭ ନିୟୁତ ଲୋକଙ୍କୁ ସେବା ଯୋଗାଇପାରିଛି ।
 

Related

News