୨୨ ତାରିଖରେ ରାଜ୍ୟ ବଜେଟ ଆଗତ

  • 02-Feb-2021
  • 0 Comments


୧୮ ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୨୨ରେ ଅର୍ଥମନ୍ତ୍ରୀ ୨୦୨୧-୨୨ ବଜେଟ ଉପସ୍ଥାପନ କରିବାର ନିଷ୍ପତି ନିଆଯାଇଛି । ବିଧାନସଭାର ବଜେଟ୍ ଅଧିବେଶନର ପ୍ରଥମ ଦିନ ଅର୍ଥାତ ୧୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ଦେବେ। ଫେବୃୟାରୀ ୧୮ରୁ ୨୭ତାରିଖ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ଅଧିବେଶନ ପାଇଁ ବସିବ। ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ୟ୍ୟନ୍ତ ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ବସିବ।

ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନ ୨୨ଦିନ ଚାଲିବ। ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ। ବଜେଟ ଅଧିବେଶନରେ ମୋଟ ୩୧ଟି କାର୍ୟ୍ୟ ଦିବସ ଥିବାବେଳେ ସେଥିରେ ୪ଟି ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ରହିଛି।

Related

News