ପିପିଲି ଉପନିର୍ବାଚନ: ସବୁ ଦଳ ଏକ ହୁଅ, ବିଜେଡି ହାରିବ

  • 16-Apr-2021
  • 0 Comments


କଂଗ୍ରେସ ବଡ଼ ଭାଇପଣିଆ ଛାଡ଼ିବା ଦରକାର । ବିଜେପି ଛଡ଼ା ଅନ୍ୟ ରାଜନୈତିକ ଦଳଗୁଡ଼ିକ ସହ ପରାମର୍ଶ କରି କଂଗ୍ରେସ ପ୍ରାର୍ଥୀ ଚୟନ କରି ନିର୍ବାଚନ ଲଢ଼ିଲେ, ବିଜେଡିକୁ ହରାଇବାର ସମ୍ଭାବନା ଅଛିି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ (ଆରପିଡି) ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର କହିଛନ୍ତି । ଗୁରୁବାର ଦଳୀୟ ବୈଠକରେ ଅଧ୍ୟକ୍ଷତା କରିି ପିପିଲି ଉପନିର୍ବାଚନ ଉପରେ ସେ ଏହି ମତବ୍ୟକ୍ତ କରିଛନ୍ତି । ପିପିଲି ଉପନିର୍ବାଚନ ପାଇଁ ଆରପିଡି କୌଣସି ପ୍ରାର୍ଥୀ ଠିଆ କରିନାହିଁ । ମାତ୍ର ପିପିଲି ବିଧାନସଭା ମଣ୍ଡଳୀକୁ ଭଲ ଭାବରେ ଅନୁଧ୍ୟାନ କରିବା ପରେ ବିଜେଡିକୁ ପରାଜିତ କରିବା ପାଇଁ ବିରୋଧୀ ଦଳଗୁଡ଼ିକୁ ମିଳିତ ଭାବେ ଲଢ଼ିବା ଉଚିତ ବୋଲି ଦଳୀୟ ନେତାମାନେ ମତାମତ ପ୍ରକାଶ କରିଛନ୍ତି । ପିପିଲିରେ ପ୍ରଦୀପ ମହାରଥୀଙ୍କ ପତିଆରା କ୍ଷୁଣ୍ଣ କରିବା ପାଇଁ ବହୁ ଶ୍ରମ କରିବାକୁ ପଡ଼ିବ । ଜାତୀୟ ଦଳ ଦୃଷ୍ଟିରୁ ବିଜେପି ଓ କଂଗ୍ରେସ କେବେ ହାତ ମିଳାଇବାର ନାହିଁ । ଅତଏବ ଛୋଟଛୋଟ ଦଳ ସହିତ ବୁଝାମଣା କରିବା କଂଗ୍ରେସ ପକ୍ଷେ ଲାଭଦାୟକ ହେବ ବୋଲି ସୁଶାନ୍ତ କହିଛନ୍ତି ।
ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ପ୍ରକାଶ କରାଯିବ। କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲଠାରୁ ଆରମ୍ଭ କରି ଭୋଟଗ୍ରହଣ ଏବଂ ଫଳାଫଳ ଘୋଷଣା ତାରିଖ ପୁନର୍ବାର ଜାରି କରାଯିବ। ପୂର୍ବରୁ କଂଗ୍ରେସ ଛୋଟ ଦଳ ପ୍ରତି ସେତେଟା ଦୃଷ୍ଟି ନ ଦେଇ ଯେଉଁ ତ୍ରୁଟି କରିଛି , ତାକୁ ସୁଧାରି ନେବା ପାଇଁ କଂଗ୍ରେସକୁ ସାନି ସୁଯୋଗ ମିଳିଛି` 

ପିପିଲିର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ନିଧନ ଯୋଗୁ ଉପନିର୍ବାଚନ ସ୍ଥଗିତ କରାଯାଇଛି । ନିର୍ବାଚନ କମିଶନ ପକ୍ଷରୁ ସାନି ତାରିଖ ଘୋଷଣା କରାଯାଇ କେବଳ କଂଗ୍ରେସକୁ ନୂଆ ପ୍ରାର୍ଥୀ ଠିଆ କରିବାର ସୁଯୋଗ ଦିଆଯିବ । କଂଗ୍ରେସ ପକ୍ଷରୁ ଯେଉଁମାନଙ୍କୁ ପ୍ରାର୍ଥୀ କରିବା ପାଇଁ ବିଚାର ବିମର୍ଶ ଚାଲିଛି, ସେମାନଙ୍କୁ ଠିଆ କଲେ, ବିଜେଡି ପଲା ଭାରି ରହିବାର ସମ୍ଭାବନା ଅଛି । କଂଗ୍ରେସ ନେତା ନିରଞ୍ଜନ ବାବୁଙ୍କ ହାମବଡ଼ା ରଣନୀତି ଦଳକୁ ପରାଜିତ ଆଡକୁ ନେଇଯିବା ଆଶଙ୍କା ଅଛି, ରାଜ୍ୟର ସ୍ୱାର୍ଥ ଦିଗରୁ ତାଙ୍କୁ ଉଦାର ନୀତି ଆପଣାଇବାକୁ ହେବ, କହିଛନ୍ତି ସୁଶାନ୍ତ ସର୍ବେଶ୍ୱର 

Related

News