ଆଗରପଡ଼ା: ଦିନକ ଭିତରେ ୧୪ ପଜିଟିଭ

  • 20-Apr-2021
  • 0 Comments


ସାରା ଦେଶରେ କରୋନାର ୨ୟ ଲହର ଆଚ୍ଛନ୍ନ କରୁଥିଲା ବେଳେ ଓଡ଼ିଶା ସେଥିରୁ ବାଦ ପଡ଼ିନି । ପ୍ରଥମ ପର୍ଯ୍ୟାୟ ତୁଳନାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଚନ୍ଦ୍ରକଳା ପରି ବୃଦ୍ଧି ପାଉଛି । ମଙ୍ଗଳବାର ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୪୮ ଘଂଟା ସଟ୍ ଡାଉନ୍ ଘୋଷଣା କରାଯାଇଛି । ମଙ୍ଗଳବାର ଆଗରପଡ଼ା ଓ ତା’ର ଆଖପାଖ ଅଂଚଳରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

 

ଦେବେନ୍ଦ୍ରଙ୍କୁ ପଲ୍ଲୀପ୍ରଭା ସମ୍ମାନ

ବନ୍ତ: ଆଗରପଡ଼ାସ୍ଥିତ ରାଜନଗର ମଙ୍ଗଳପୁର ଗ୍ରାମର ବିଶିଷ୍ଟ କଣ୍ଠଶିଳ୍ପୀ ଦେବେନ୍ଦ୍ର ଜେନାଙ୍କୁ ରାଜ୍ୟସ୍ତରୀୟ ପଲ୍ଲୀସଭା ସମ୍ମାନ-୨୦୨୧ରେ ସମ୍ମାନୀତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲା ବଡ଼ସାହିରେ ଅନୁଷ୍ଠିତ ୪୧ତମ ରାଜ୍ୟସ୍ତରୀୟ ବାଣୀପୀଠ ମହୋସôବ ଅବସରରେ ତାଙ୍କୁ ଏହି ସମ୍ମାନ ମିଳିଛି । ରାଜ୍ୟ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମାନପତ୍ର, ମେଡ଼ାଲ ଓ ଉପଢୋ÷କନ ଦେଇ ଶ୍ରୀ ଜେନାଙ୍କୁ ସମ୍ମାନୀତ କରିଥିଲେ । ଶ୍ରୀ ଜେନା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ହୋଇଛନ୍ତି । ସେ ଏକାଧାରରେ ଜଣେ କଣ୍ଠଶିଳ୍ପୀ, କବି ଓ ଲେଖକ ।

Related

News