ବିଜେପିର ‘ଚଉକି ଟାଣ’ ଅଭିଯାନ

  • 12-Feb-2021
  • 0 Comments


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କ ଉପରେ ନୂତନ କୃଷି ଆଇନ ଲଦି ଯନ୍ତ୍ରଣା ଉପଶମ ପାଇଁ ଚନ୍ଦନ ବୋଳୁଥିଲା ବେଳେ ରାଜ୍ୟ ବିଜେପି ଚାଷୀଙ୍କ ପାଇଁ ୩ ଘଂଟିଆ ଚକାଜାମ ନିଷ୍ପତ୍ତି ନେଇଛି । ସମାଧାନ ପାଇଁ ଚକାବନ୍ଦ ଏକମାତ୍ର ବାଟ ନୁହେଁ ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ କହିଛି । ବିଜେପି ଆପଣା ପତିଆରା ଦେଖାଇବା ପାଇଁ ୩ ଘଂଟିଆ ଚକାବନ୍ଦ ଡାକରା ଦେଇଛି ଯାହା କେବଳ ଧର୍ମକୁ ଆଖିଠାର, କହିଛନ୍ତି ରାପଦ ରାଜ୍ୟ ସଭାପତି ଶୁଶାନ୍ତ ସର୍ବେଶ୍ୱର ଦାସ । ଉଭୟ କୃଷକ ଓ ସରକାର ଆପଣା ଆପଣା ଜିଦରେ ବଜାୟ ରହିବାରୁ ସାଧାରଣ ଜନତା ଯନ୍ତ୍ରଣା ଭୋଗୁଛନ୍ତି । ଜାତୀୟ ସ୍ତରରେ ବିଜେପି ଚାଷୀଙ୍କ ପ୍ରତି ଅବିଚାର କରିଥିଲା ବେଳେ ଓଡ଼ିଶା ବିଜେପିର ଚାଷୀ ପ୍ରୀତି ଲୋକ ଦେଖାଣିଆ ବୋଲି ରାପଦ ସାଧାରଣ ସମ୍ପାଦକ ନଗେନ୍ଦ୍ର ଖଟୁଆ କହିଛନ୍ତି ।

ଚାଷୀ ମାନଙ୍କ ସମସ୍ୟାସର ସମାଧାନ ପାଇଁ ବିଜେପି ପକ୍ଷରୁ ପୂର୍ବରୁ ବିଭିନ୍ନ ପ୍ରକାରର ଆନ୍ଦୋଳନ କରାଯାଇଥିବା ସତ୍ୱେ ଏ ପର୍ୟ୍ୟନ୍ତ ସେମାନଙ୍କର ସମସ୍ୟାର ସମାଧାନ କରାଯାଇ ନାହିଁ ବୋଲି ବିଜେପି ଅଭିଯୋଗ କରିଛି। ବାରମ୍ବାର ଚାଷୀ ମାନଙ୍କ ସମସ୍ୟା ପାଇଁ ଦାବି ସତ୍ୱେ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଛନ୍ତି।

 

ଏବେ ମଧ୍ୟ ପଶ୍ଚିମ ଓଡିଶା ବିଭିନ୍ନ ମଣ୍ଡି ମାନଙ୍କରେ ୧୬ ଲକ୍ଷ ଟନରୁ ଅଧିକ ଧାନ ଗଜା ହୋଇ ସାରିଛି। ଆସନ୍ତା ଶନିବାର ଦିନ ୩୭ ବିଧାନସଭା କ୍ଷେତ୍ର ଅଞ୍ଚଳରେ ରହିଥିବା ସମସ୍ତ ଜାତୀୟ, ରାଜ୍ୟ ରାଜପଥ ଗୁଡିକୁ ୩ ଘଣ୍ଟା ପାଇଁ ଅବରୋଧ କରାଯିବ। ଏହି ସମୟରେ ଜରୁରୀ କାଳୀନ ସେବା, ବିବାହ କାର୍ୟ୍ୟ ଆଦି ପାଇଁ ଜନତାଙ୍କୁ ଯାତାୟାତ ପାଇଁ ଛଡା ଯିବ।

Related

News