କେନ୍ଦ୍ର ସରକାର ଚାଷୀମାନଙ୍କୁ ଧମକାଇବା ବନ୍ଦ କରନ୍ତୁ: ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ

  • 25-Dec-2020
  • 0 Comments


କେନ୍ଦ୍ର ସରକାର ଚାଷୀମାନଙ୍କୁ ଏକପ୍ରକାର ଧମକ ଦେଉଛନ୍ତି ବୋଲି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ଅଭିଯୋଗ କରିଛି । ଦଳର ଓଡ଼ିଶା ଶାଖା ସଭାପତି ସୁଶାନ୍ତ ସର୍ବେଶ୍ୱର ଦାସ କହିଛନ୍ତି ଯେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଉଦବୋଧନ ଚାଷୀମାନଙ୍କ ମନରେ ସନେ୍ଦହ ସୃଷ୍ଟି କରିବାକୁ ଯଥେଷ୍ଟ । ଅମିତଙ୍କ ମନ୍ତବ୍ୟରୁ କେନ୍ଦ୍ରର ଏନଡିଏ ସରକାରଙ୍କ ଭିତିରିଆ ମତଲବ ଜଣାପଡୁଛି । କିଶନଗଡ଼ ଗ୍ରାମରେ ଉଦବୋଧନ ଦେବା ଅବସରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦୀ ଥିବା ପର୍ଯ୍ୟନ୍ତ ଶିଳ୍ପପତିମାନେ ଚାଷୀଙ୍କଠାରୁ ଜମି ଛଡ଼ାଇ ନେଇପାରିବେ ନାହିଁ । ଏହାର ପରୋକ୍ଷ ଧମକ ହେଉଛି, ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦେବାପରେ ଶିଳ୍ପପତିମାନେ ଚାଷୀଙ୍କଠାରୁ ଜମି ଛଡ଼ାଇ ନେବାର ନିଶ୍ଚିତ ସମ୍ଭାବନା ଅଛି । ଅମିତ ଆହୁରି କହିଛନ୍ତି ଯେ ମୋଦୀ ପ୍ରଧାନମନ୍ତ୍ରୀ ରହିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ଜାରି ରହିବ ଓ ମଣ୍ଡି ବନ୍ଦ ହେବନି । ତା’ପରେ ଯଦି କୃଷକମାନେ ଭାବୁଥାନ୍ତି ଯେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସେମାନଙ୍କ ସ୍ୱାର୍ଥ ବିରୋଧୀ । ତେବେ ସରକାରଙ୍କ ସହିତ ମୁକ୍ତ ଆଲୋଚନା କରିବାରେ ଆପତ୍ତି ନାହିଁ ।

ଶାହା କହିଛନ୍ତି  ମୋଦୀଙ୍କ ନେତୃତ୍ୱାଧୀନ  ସରକାର ୨୦୧୪-୧୯ କାର୍ୟ୍ୟକାଳ ମଧ୍ୟରେ ଫସଲର ଏମଏସପି ଦେଢଗୁଣ ବୃଦ୍ଧି କରିବାର ବର୍ଷ ବର୍ଷ ଧରି ପୁରୁଣା ଦାବିକୁ କାର୍ୟ୍ୟକାରୀ କରିଛନ୍ତି। ଗୃହମନ୍ତ୍ରୀ କିଶନଗଡ ଗାଁର ଗୋଶାଲା ଠାରେ ଆୟୋଜିତ କିଷାନ ସମ୍ମାନ ନିଧି କାର୍ୟ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ରାଜ୍ୟରୁ ଆସିଥିବା ଚାଷୀଙ୍କ ସହ ଆଲୋଚନା ଶୁଣିଥିଲେ । ଶ୍ରୀ ଶାହାଙ୍କ ସହ ବହୁ ବିଜେପି ନେତା ଏଥିରେ ଯୋଗ ଦେଇଥିଲେ।

Related

News