ପଶ୍ଚିମବଙ୍ଗ: ମମତା ହାରିଲେ, ତୃଣମୂଳ ଜିତିଲା

  • 03-May-2021
  • 0 Comments


ନନ୍ଦିଗ୍ରାମ ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହାରିଗଲେ । ଏହା ମମତାଙ୍କ ରାଜନୈତିକ ଜୀବନକୁ ଶକ୍ତ ଧକ୍କା । ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ମମତାଙ୍କଠାରୁ ୧୯୫୬ ଭୋଟ ବ୍ୟବଧାନରେ ଜିତିଛନ୍ତି । ରବିବାର ରାତି ୧୧ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁସାରେ ଶୁଭେନ୍ଦୁ ଅଧିକାରୀଙ୍କୁ ୧ ଲକ୍ଷ ୧୦ ହଜାର ୭୬୪ ଭୋଟ ମିଳିଛି । ମମତା ବାନାର୍ଜୀଙ୍କୁ ୧ ଲକ୍ଷ ୮ ହଜାର ୮୦୮ ଭୋଟ ପାଇଛନ୍ତି । ନନ୍ଦିଗ୍ରାମରେ ୨ ଲକ୍ଷ ୨୮ ହଜାର ୪୦୫ ଜଣ ଭୋଟର ମତଦାନ କରିିଥିଲେ । ସେଥିଭିତରୁ ଡାକ ଯୋଗେ ୨୦୪୪ ଜଣ ଭୋଟ ଦେଇଥିଲେ । ନନ୍ଦିଗ୍ରାମ ପରାଜୟ ବରଣ କରିବା ସତ୍ତ୍ୱେ ରାଜ୍ୟ କ୍ଷମତାକୁ ତୃଣମୂଳ କଂଗ୍ରେସ ଫେରିଛି । ଦଳକୁ ୨୦୦ରୁ ଅଧିକ ଆସନ ଲାଭ କରିଛିି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମସ୍ତ ଅଙ୍କ ଫେଲ ମାରିଛି । ମମତାଙ୍କ ନିକଟରେ ମୋଦୀ ହାରି ଯାଇଛନ୍ତି ।  ପଶ୍ଚିମବଙ୍ଗରେ ବିଜେପି ୭୬ଟି ଆସନ ଦଖଲ କରିଛି, ମାତ୍ର କ୍ଷମତା ଦଖଲ କରିପାରିଲାନି ।
 

ମମତାଙ୍କ ହାର ପଛରେ କେନ୍ଦ୍ରୀୟ ଅସ୍ତ୍ର କାମ କରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ପଂଚଦଶ ରାଉଣ୍ଡ ଗଣନାରେ ମମତା ଆଗୁଆ ଥିଲାବେଳେ ଶେଷ ରାଉଣ୍ଡରେ ଶୁଭେନ୍ଦୁ ବାଜି ମାରିନେଲେ । ୪ଟାରେ ମମତା ୧୨୦୦ ଭୋଟରେ ଜିତିଥିବାର ଖବର ଶୁଣିବାକୁ ମିଳିଥିଲା । ମାତ୍ର ସନ୍ଧ୍ୟା ୬ଟାରେ ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଦୃଢ଼ତାର ସହ କହିଥିଲେ ଯେ ମମତା ଜିତିନାହାନ୍ତି, ବରଂ ୧୬୨୨ ଭୋଟରେ ହାରି ଯାଇଛନ୍ତି । ସେତେବେଳେ ନିର୍ବାଚନ କମିଶନଙ୍କ ୱେବସାଇଟ୍ ଭିନ୍ନ ସୂଚନା ପ୍ରଦାନ କରିଥିଲା । 

Related

News