ଗ୍ରୀନକାର୍ଡ ଠକେଇ: ଅଭିଯୁକ୍ତ ଦମ୍ପତି ଗିରଫ

  • 31-Jan-2021
  • 0 Comments


ଗ୍ରୀନକାର୍ଡ କରାଇଦେବା ସହ ଜଣପିଛା ୨ ଲକ୍ଷ ଟଙ୍କାର ଋଣ ଦେବାର ଲୋଭ ଦେଖାଇ ଜଣେ ଗ୍ରାମ ରୋଜଗାର ସେବକ ଓ ତାଙ୍କର ପତ୍ନୀ ଶତାଧିକ ମହିଳାଙ୍କଠାରୁ ପ୍ରାୟ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି । ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି । ଖବରରୁ ଜଣାଯାଇଛି, ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ପିପିଳିଆ, ତୋରାଣିପୋଖରୀ, ଚିକିଣିଆ, ମନୋହରପୁର, ପର୍ଶୁରାମପୁର ଓ ଅସରବଣି ସମେତ ଆହୁରି କିଛି ଗ୍ରାମର ମହିଳାଙ୍କୁ ଗ୍ରୀନକାର୍ଡ କରାଇଦେବାକୁ କହି ଅଭିଯୁକ୍ତ ସନ୍ତୋଷିନୀ ମହାନ୍ତ ଓ ତାଙ୍କ ସ୍ୱାମୀ ଯୋଗେଶ୍ୱର ମହାନ୍ତ ଜଣ ପିଛା ୫ ହଜାର ଟଙ୍କା ଲେଖାଏଁ ନେଇଛନ୍ତି ।

 

ମହିଳାମାନେ ଠକେଇର ଶିକାର ହୋଇଥିବା ଜାଣି ଚିକିଣିଆରେ ଅଭିଯୁକ୍ତ ସନ୍ତୋଷିନୀଙ୍କୁ ଅଟକାଇ ରଖିଥିଲେ । ଘଟଗାଁ ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା । ଅଭିଯୁକ୍ତ ଯୋଗେଶ୍ୱର ମହାନ୍ତ ଘଟଗାଁ ବ୍ଲକ ସରାସପଶି ଗ୍ରାମ ପଂଚାୟତର ଗ୍ରାମ ରୋଜଗାର ସେବକ ଭାବେ କାମ କରନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ମହିଳାଙ୍କଠାରୁ ପ୍ରାୟ ୮ ଲକ୍ଷ ୫୬ ହଜାର ଟଙ୍କା ଠକି ନେଇଥିବା ପୁଲିସ ଜାଣିବାକୁ ପାଇଥିଲା ।    

Related

News