ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟକାମ: ଠିକାଦାରଙ୍କୁ ମାଲାମାଲ କରି ଚାନ୍ଦା ଅସୁଲ

  • 21-Dec-2023
  • 0 Comments


ଭୁବନେଶ୍ୱର: ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମପାଶ୍ୱର୍ କେନାଲଟିକୁ ଲୋକାର୍ପଣ କରିଛନ୍ତି । ଏହି ବ୍ୟାରେଜ ପାଇଁ ବ୍ୟୟ ଅଟକଳ ଥିଲା ପ୍ରାୟ ୫୦୦ କୋଟି ଟଙ୍କା । ୩୦୦ କୋଟି ଟଙ୍କାର ପ୍ରକଳ୍ପକୁ ୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ତା’ ଫଳରେ ଠିକାଦାରଙ୍କ ସମେତ ଅନ୍ୟାନ୍ୟ ଗୋଷ୍ଠୀ ପ୍ରାୟ ୨୦୦ କୋଟି ଟଙ୍କାର ଫାଇଦା ପାଇଛନ୍ତି । ଅନ୍ୟାନ୍ୟ ଗୋଷ୍ଠୀ ଭିତରେ ବିଜେଡି ଅନ୍ୟତମ ।

ସେହିପରି ୩୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ହଳଦିଆ ବନ୍ଧକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପରୁ ବିଜେଡି ପକେଟକୁ ପ୍ରାୟ ୭୦ କୋଟି ଯାଇଛି ।
ତା’ ସହିତ ୨୦୦୦ କୋଟି ଟଙ୍କାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ)ର ଶୁଭ ଦିଆଯାଇଛି । ସଂପୃକ୍ତ ଠିକା ସଂସ୍ଥା ନିକଟରୁ ବିଜେଡି ପକେଟକୁ ଆଗୁଆ ୩୦୦ କୋଟି ଟଙ୍କା ଯାଇଛି । ୩୩୭ କୋଟି ୫୦ କୋଟି ଟଙ୍କା ବ୍ୟୟରେ ଖଇରୀଭଣ୍ଡନ ବ୍ୟାରେଜ ପ୍ରକଳ୍ପର ଶୁଭ ଦିଆଯାଇଛି । ଏହି କାମ ପାଇଥିବା ଠିକାଦାର ବିଜେଡିକୁ ୫୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।

ପ୍ରତିଟି ଯୋଜନାରୁ ବିଜେଡି ପକେଟକୁ ଚାନ୍ଦା ଯିବା ବାଟଟିକୁ ସୁଗମ କରିଥିବାରୁ ଭିକେ ପାଣ୍ଡିୟାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ବୋଲି ବିଜେଡିର ଜଣେ ବରିଷ୍ଠ ନେତା ତାଙ୍କ ନାମ ଗୋପନ ରଖିବା ସର୍ତରେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡିର ଗୋଟିଏ ଟିକେଟ୍ ଆଶାୟୀ ଗୋଷ୍ଠୀ କୌଣସି ଗୋଟିଏ ଅଜଣା ଦଳ ସହିତ ଗୁପ୍ତ ସଂପର୍କ ରଖିଛନ୍ତି । ବିଜେଡିରୁ ଟିକେଟ୍ ନପାଇଲେ ସେମାନେ ଉକ୍ତ ଦଳରୁ ଟିକେଟ୍ ନେଇ ନିର୍ବାଚନରେ ଲଢ଼ିବେ । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ବିଜେଡି ହାତରୁ ତା’ର ବିଦ୍ରୋହୀ ଗୋଷ୍ଠୀ କିଛି ଆସନ ଛଡ଼ାଇ ନେଇପାରନ୍ତି ।

Related

News