ଉକ୍ରଳ ବିଶ୍ୱବିଦ୍ୟାଳୟକୁ ପ୍ଲାଷ୍ଟିକମୁକ୍ତ କରିବେ ଛାତ୍ରଛାତ୍ରୀ

  • 31-Jan-2021
  • 0 Comments


ଉକ୍ରଳ ବିଶ୍ୱବିଦ୍ୟାଳୟକୁ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ଅଧ୍ୟୟନରତ ଛାତ୍ରଛାତ୍ରୀ ସଂକଳ୍ପବଦ୍ଧ ହୋଇଛନ୍ତି । ସବୁ ବିଭାଗର ଚତୁଃପାର୍ଶ୍ବ ପରିଷ୍କାର ପରିଚ୍ଛନ୍ନ ରହିବ। କ୍ୟାମ୍ପସରେ  ଜଣେ ହେଲେ ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଦୋକାନୀ ପ୍ଲାଷ୍ଟିକ୍‌ ଏବଂ ପଲିଥିନ୍ ବ୍ୟବହାର କରିବେ ନାହିଁ। ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସରେ ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘ ଏବଂ ବିଏମ୍‌ସିର ମିଳିତ ଆନୁକୂଲ୍ୟରେ ‘ପ୍ଲାଷ୍ଟିକ୍‌ ମୁକ୍ତ ଅଭିଯାନ’ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ସବୁଜ ପତାକା ଦେଖାଇ ଅଭିଯାନ ଶୁଭାରମ୍ଭ କରିଛନ୍ତି।

 

କ୍ୟାମ୍ପସ୍‌ର ସମସ୍ତ ଦୋକାନ, ହଷ୍ଟେଲ ଅନ୍ତେବାସୀ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ସଚେତନ କରାଯାଇଛି। ଏଣିକି ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବିଭାଗର ଛାତ୍ରଛାତ୍ରୀ ଏବଂ ପ୍ରଫେସରଙ୍କ ମିଳିତ ସହଯୋଗରେ ସଫେଇ କରାଯାଇ ବିଭାଗର ଚାରିପାର୍ଶ୍ବ ପରିବେଶକୁୁ ପରିଷ୍କାର ଓ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। ଗୋବିନ୍ଦ ସାହୁ, ଅଳକା ଓ କେନ୍ଦ୍ରୀୟ ମାର୍କେଟ୍‌ ଦୋକାନୀ ଗ୍ରାହକଙ୍କୁ ପଲିଥିନ୍‌ରେ ଜିନିଷ ବିକ୍ରୟ ନକରିବାକୁ ସଚେତନ କରାଯାଇଛି। ଛାତ୍ରଛାତ୍ରୀ ସଫେଇ ଅଭିଯାନ ସମୟରେ ବିଏମ୍‌ସି ପକ୍ଷରୁ ଆବଶ୍ୟକ କର୍ମଚାରୀ ଯୋଗାଇ ଦିଆଯିବ। ଏହି ଅବସରରେ ବିଏମ୍‌ସି ପକ୍ଷରୁ କ୍ୟାମ୍ପସ୍‌ ସଫେଇ କରାଯିବା ସହିତ ବିଭିନ୍ନ ସ୍ଥାନରେ ୧୦ଟି ଡଷ୍ଟବିନ୍ ରଖାଯାଇଛି।

Related

News