ବ୍ୟାଙ୍କଗୁଡ଼ିକୁ ମୁଣ୍ଡରେ ବସାଇଛନ୍ତି ନବୀନ: ରାପଦ

  • 28-Feb-2021
  • 0 Comments


ରାଜ୍ୟର ସାଧାରଣ ଜନତାଙ୍କୁ ଭଲ କରି ଲୁଟିବା ଉଭୟ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କଗୁଡ଼ିକର ମୁଖ୍ୟ ଉଦେ୍ଦଶ୍ୟ ଥିଲାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ମୁଣ୍ଡରେ ବସାଇଛନ୍ତି । କୃଷକ, ମହିଳା, ଲଘୁ ଉଦ୍ୟୋଗୀଙ୍କୁ ଯଥା ସମୟରେ ବ୍ୟାଙ୍କଗୁଡ଼ିକ ଋଣ ସହାୟତା ଯୋଗାଇ ଦେଉଛନ୍ତି କହି ମୁଖ୍ୟମନ୍ତ୍ରୀ ବେଶ ଉତ୍ସାହିତ ହୋଇ ପଡ଼ିଛନ୍ତି । ସରକାରଙ୍କ ଦୃଷ୍ଟିରେ ସିନା ବ୍ୟାଙ୍କଗୁଡ଼ିକ ପ୍ରଶଂସାର ପାତ୍ର । ମାତ୍ର ପ୍ରକୃତ କଥା ହେଉଛି, ବ୍ୟାଙ୍କ ଅଧିକାରୀଙ୍କ ସୁପାରିଶ ଉପରେ ଋଣ ଦବା ନିର୍ଭର କରୁଛି । ଯିଏ ଠିକଭାବେ ବ୍ୟାଙ୍କ ପରିଚାଳକଙ୍କ ମନ କିଣିପାରିଲା, ସେ ବ୍ୟାଙ୍କରୁ ମନ ମୁତାବକ ଫାଇଦା ଉଠାଇଲା । ଦେଖିବାକୁ ମିଳୁଛି, ବ୍ୟାଙ୍କରୁ ଋଣ ନେଇ ପଇଠ କରୁ ନଥିବା ଉଦ୍ୟୋଗୀଙ୍କ ପ୍ରତି ବ୍ୟାଙ୍କ ପରିଚାଳକଙ୍କ ଅଧିକ ସହାନୁଭୂତି । ବ୍ୟାଙ୍କ ପରିଚାଳକମାନେ ନାନା ଫନ୍ଦିଫିକର କରି ପୁରୁଣା ଋଣଗ୍ରହୀତାଙ୍କ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଛି ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ (ରାପଦ) । 

ରାପଦ ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର କହିଛନ୍ତି, ୬ ମାସ ତଳେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଉତ୍ସାହୀ ଉଦ୍ୟୋଗୀଙ୍କୁ ଋଣ ଦେବାରେ ବ୍ୟାଙ୍କଗୁଡ଼ିକ ଅସହଯୋଗ କରୁଛନ୍ତି ବୋଲି ଅଭିଯୋଗ କରୁଥିଲେ । କିନ୍ତୁ ଶୁକ୍ରବାର ଅନୁଷ୍ଠିତ ଭର୍ଚୁଆଲ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଭାଷା ବଦଳିଯାଇଛି । ମୁଖ୍ୟମନ୍ତ୍ରୀ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପ୍ରତି ସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟର କୃଷକ, ମହିଳା, କ୍ଷୁଦ୍ର, ମଧ୍ୟମ ଓ ଅଣୁ ଉଦ୍ୟୋଗପତିଙ୍କୁ ବ୍ୟାଙ୍କଗୁଡ଼ିକ ଠିକ ସମୟରେ ଋଣ ଯୋଗାଇ ସେମାନଙ୍କୁ ସାମାଜିକ ଓ ଆର୍ଥôକ ଦୁର୍ଗତିରୁ ବଂଚାଇଥିବା କହି ମନକୁ ବୁଝାଇଛନ୍ତି । ଚାଟୁକାରଙ୍କ ଗହଣରେ ରହି ମୁଖ୍ୟମନ୍ତ୍ରୀ ବାସ୍ତବ ଚିତ୍ର ଦେଖୁନାହାନ୍ତି । ସରକାରୀ ଅଧିକାରୀଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକଟି ବାକ୍ୟକୁ ସତ ମଣୁଛନ୍ତି ମୁଖ୍ୟମନ୍ତ୍ରୀ । ବାସ୍ତବ କଥା ହେଉଛି, ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ଦିଆଯାଉଥିବା ନିଦେ୍ର୍ଦଶକୁ ବ୍ୟାଙ୍କ କର୍ତ୍ତୃପକ୍ଷ ତିଳେ ମାତ୍ର ଶୁଣୁନାହାନ୍ତି । କେବଳ ପ୍ରଶାସନିକ ଅଧିକାରୀଙ୍କ ଅନୁଗ୍ରହ ପାଉଥିବା ଶିଳ୍ପପତିଙ୍କ ଉପରେ ବ୍ୟାଙ୍କଗୁଡ଼ିକ କୃପା ଦୃଷ୍ଟି ରଖୁଛନ୍ତି । 

 

ସୂଚନାଯୋଗ୍ୟ, ୨୦୨୧-୨୨ ବଜେଟରେ ରାଜ୍ୟ ସରକାର ଶିଳ୍ପୋଦ୍ୟୋଗୀଙ୍କ ବିକାଶ ପାଇଁ ବିଭିନ୍ନ ବ୍ୟବସ୍ଥା କରିଛନ୍ତି । ଉକ୍ତ ବ୍ୟବସ୍ଥା ଅନୁସାରେ ନୂଆ ଉଦ୍ୟୋଗପତିଙ୍କୁ କମ ସୁଧରେ ଅଧିକ ପରିମାଣର ଋଣ ଅର୍ଥ ଦେବା ଉପରେ ଗୁରୁତ୍ୱାରୋପ କରାଯାଇଛି ।  ସରକାର ମିଶନ ଶକ୍ତି ଗ୍ରୁପ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ୨ ଲକ୍ଷ ଟଙ୍କା ଋଣ ପରିମାଣ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related

News