ନବୀନଙ୍କ ସ୍ୱଚ୍ଛ ଶାସନ: ଗରିବଙ୍କୁ ମିଳୁନି ଆବାସ 

  • 07-Feb-2021
  • 0 Comments


ବୌଦ୍ଧ ଜିଲ୍ଲାରେ ଗରିବଙ୍କୁ ଆବାସ ଯୋଜନା ଅନ୍ତର୍ଭୁକ୍ତ କରାଯିବା ବଦଳରେ ଧନୀଙ୍କୁ ସାମିଲ କରାଯାଉଛି ବୋଲିି ସୂଚନା ମିଳେ । ସରକାର ସମସ୍ତ କଚ୍ଚା ଘରକୁ ପକ୍କା କରିବା ପାଇଁ କହୁଥିବା ବେଳେ ବୌଦ୍ଧ ଜିଲାରେ ସରକାରୀ କର୍ମଚାରୀଙ୍କ ଯୋଗୁଁ ଅନିୟମିତତା ହୋଇଥିବା ଜଣାପଡିଛି। ବ୍ଳକର ତାଳସରଡା ପଞ୍ଚାୟତ ମାନେସର ଗ୍ରାମରେ ଜଗନ୍ନାଥ ବନଛୋର ଓ ତାଙ୍କ ସ୍ତ୍ରୀ ଏକ ଭଙ୍ଗା ଘରେ ରହୁଛନ୍ତି। ସରକାର ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଯୋଗାଇ ଦେଉଥିବା ନେଇ କହି ଆସୁଥିବା ବେଳେ ଜଗନ୍ନାଥଙ୍କୁ ଦେଖିଲେ, ଏହି ଯୋଜନା ଧନୀଙ୍କ ପାଇଁ ମନେହୁଏ। ଏ ନେଇ ଗ୍ରାମପଞ୍ଚାୟତ କାର୍ୟ୍ୟନିର୍ବାହୀ ଅଧିକାରୀ ସୌଦାମିନି ନାଏକଙ୍କୁ ପଚାରିବାରୁ ତାଙ୍କର ନାମ ଇସିସିସି ତାଲିକାରେ ନ ଥିବାରୁ ତାଙ୍କୁ ମିଳିପାରି ନଥିବା ପ୍ରକାଶ କରିଥିଲେ। 

Related

News