ଓଡ଼ିଶା ମାଗିଲା ୧୫,୦୫୦ କୋଟି

  • 05-Jul-2021
  • 0 Comments


ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରୁ ୧୫ ହଜାର ୫୦ କୋଟି ସହାୟତା ଲୋଡ଼ି ଚିଠି ଲେଖିଛନ୍ତି । ବାତ୍ୟାରେ ରାଜ୍ୟର ବିଦୁ୍ୟତ ଭିତ୍ତିଭୂମି ଅଧିକ କ୍ଷତି ହେଉଥିବାରୁ ତା’ର ସ୍ଥାୟୀ ପ୍ରତିକାର ପାଇଁ ରାଜ୍ୟ ପ୍ରଥମ ପର୍ଯ୍ୟାୟରେ ୧୨ ହଜାର ୪୮ କୋଟି ଟଙ୍କା ମାଗିଛନ୍ତି ।  ଉକ୍ତ ଅର୍ଥ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ ଓ କେନ୍ଦ୍ରାପଡ଼ାର ବିଦୁ୍ୟତ ଭିତ୍ତିଭୂମି ସୁଦୃଢ଼ କରାଯିବ । ପୁନଶ୍ଚ ଲୁଣାବନ୍ଧ ସୁଦୃଢ଼ କରିବା ପାଇଁ ୩ ହଜାର ୨ କୋଟି ଟଙ୍କା ଲୋଡ଼ିଛନ୍ତି । ଜନୈକ ଅଧିକାରୀଙ୍କ ମତରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ୧୪ଟି ଜିଲ୍ଲାରେ ଆବଶ୍ୟକୀୟ ଭିତ୍ତିଭୂମିି ନିର୍ମାଣ ବାବଦରେ ୫୦ ହଜାର କୋଟିରୁ ଅଧିକ ପରିମାଣର ଟଙ୍କା ଦରକାର । କିନ୍ତୁ ଏବେ ମାତ୍ର ଚାରିଟି ଜିଲ୍ଲା ପାଇଁ ଅର୍ଥ ଲୋଡ଼ାଯାଇଛି ।
 

ବାତ୍ୟା ‘ୟାସ’ ଫଳରେ ରାଜ୍ୟରେ ୮୨୩ କୋଟି ଟଙ୍କା କ୍ଷୟକ୍ଷତି ଘଟିଛି । ଉକ୍ତ କ୍ଷତିକୁ ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଭରଣା କରିବେ । ତଦନୁଯାୟୀ ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତ କରି ମଂଜୁର କରିଥିବା ୫୦୦ କୋଟି ଟଙ୍କା ଏବେ ବିପର୍ଯ୍ୟୟ ପ୍ରତିରୋଧ ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କରିଛନ୍ତି ।

Related

News