ସମୀରଟା ପଗଲା: ମୁଖ୍ୟମନ୍ତ୍ରୀ 

  • 04-Apr-2021
  • 0 Comments


ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି , ସେଇଟା ପଗଲାଟା ଯାହା ମନକୁ ଆସୁଛି, ବକୁଛି, ସରକାରୀ ବିଦ୍ୟାଳୟ କି କଲେଜରେ କରୋନା ସଂକ୍ରମଣ ହୋଇନାହିଁ । ରମାଦେବୀ କଲେଜରେ ଜଣେ ଅଧ୍ୟାପିକା କରୋନାରେ ସଂକ୍ରମଣ ହୋଇଥିବା ଜଣାପଡିବା ପରେ ମନ୍ତ୍ରୀ ସମୀରାଙ୍କ ମୁହଁ ଫୁଟାଣି ଧରା ପଡିଯାଇଛି । ସମ୍ପୃକ୍ତ ଅଧ୍ୟାପିକା ଗତକାଲି ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ପରୀକ୍ଷା ଓ ସଙ୍ଗରୋଧ କରିବା ଆବଶ୍ୟକ ହୋଇପଡିଛି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଛାତ୍ରୀ ଓ କର୍ମଚାରୀଙ୍କର ଆସନ୍ତାକାଲି କରୋନା ପରୀକ୍ଷା କରାଯିବ ବୋଲି ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି।   

Related

News