ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ 

  • 24-Jan-2021
  • 0 Comments


୨୬ ନମ୍ବର ଜାତୀୟ ରାଜପଥ ଉପରେ ଏକ ଦୁର୍ଘଟଣାର ଶିକାର ହୋଇ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି । ବଲାଙ୍ଗିର ଜଲିଆ ଛକ ଠାରେ ଏକ ବୋଲେରୋ ଧକ୍କାରେ ଜଣେ ସାଇକଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇବା ସହ ପରିବାର ତଥା ସ୍ଥାନୀୟ ଲୋକେ କ୍ଷତିପୁରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ମୃତକ ଜଣକ ସଇଁନ୍ତଲା ଥାନା ଅନ୍ତର୍ଗତ ଜଲିଆ ଗ୍ରାମର ଚାଷୀ କୃଷ୍ଣଚନ୍ଦ୍ର ସାହୁ (୬୦) ବୋଲି ଜଣାପଡିଛି। ସେ ନିଜ ଚାଷ ଜମିକୁ ଯାଉଥିବା ବେଳେ ବଲାଙ୍ଗିର ପଟରୁ ଆସୁଥିବା ବୋଲେରୋଟି ଧକ୍କା ଦେଇଥିଲା। ରାସ୍ତାରୋକ ସମ୍ପର୍କରେ ସୂଚନା ପାଇ ସଇଁନ୍ତଲା ତହସିଦଲାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଟିଟିଲାଗଡ ଏସ୍ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ଥାନା ଆଇଆଇସି ବାରିଣୀ ଦାଶ ଘଟଣାସ୍ଥଳକୁ ପହଞ୍ଚି ଲୋକଙ୍କ ସହ ଆଲୋନଚା କରିଥିଲେ।

 

ଦୁର୍ଘଟଣା ପରେ ବୋଲେରୋ ର ଚାଳକ ଗାଡି ଛାଡି ଫେରାର ହୋଇ ଯାଇଥିଲେ। ହେଲେ ଉତ୍ୟକ୍ତ ଲୋକଙ୍କ ପାଇଁ ଜାତୀୟ ରାଜପଥ ଅବରୋଧ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ। ଅପରପକ୍ଷରେ ହମ୍ପସ ନଥିବାରୁ ଏହି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଥିବା ଅଭିଯୋଗ ହୋଇଛି।

Related

News