‘ବ, ବି, ବୁ, ବା ,ବେ’ ବନ୍ଧନରେ ବିକାଶ

  • 07-Mar-2021
  • 0 Comments


‘ଯୋଜନା କାର୍ଯ୍ୟକାରୀ ହେବ । ଫଳରେ ଏତିକି ଲୋକ ଉପକୃତ ହେବେ । ରାଜକୋଷରୁ ଏତିକି ପରିମାଣର ଅର୍ଥ ବ୍ୟୟ କରିବୁ । ମୁଖ୍ୟମନ୍ତ୍ରୀ ନିଜେ ସବୁ କାର୍ଯ୍ୟର ତଦାରଖ କରିବେ ।’ ଏମିତି ମନ ମତାଣିଆ କଥା କହି ରାଜ୍ୟ ସରକାର ଲୋକଙ୍କ ଝାଳବୁହା ଧନ ଲୁଟୁଛନ୍ତି । ଏପରି ମତ ପ୍ରକାଶ କରିଛନ୍ତି ରାପଦ ରାଜ୍ୟ ସଭାପତି ସୁଶାନ୍ତ ସର୍ବେଶ୍ୱର । 

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କାର୍ଯ୍ୟକାରୀ ହୋଇଥିବା କୌଣସି ଗୋଟିଏ ଯୋଜନାର ଲାଞ୍ଜ ଦିଶୁନି । ଗୋଟିଏ ଯୋଜନାର କାର୍ଯ୍ୟକାଳ ସରି ଆସୁଥିବାର ଦେଖି ରାଜ୍ୟ ସରକାର ତା’ର ନବୀକରଣ କରି ଆଉ ଏକ ଯୋଜନା ଘୋଷଣା କରି ଦେଉଛନ୍ତି । ଏହା ଫଳରେ ପୂର୍ବ ଯୋଜନା ଆଳରେ ରାଜକୋଷରୁ ବିନିଯୋଗ ଅର୍ଥର ଆଦିଅନ୍ତ ମିଳୁନି । ସରକାରୀ ରିପୋର୍ଟ ମୁତାବକ ବ୍ୟୟ ଅଟକଳ ଅନୁସାରେ ଆଶାନୁରୂପ କାମ ହୋଇ ନଥିବା ଜଣାପଡ଼ିଛି । ୨୦୦୦ରୁ ଆଜିସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁହଁରୁ କୌଣସି ଗୋଟିଏ ଯୋଜନା ସମ୍ପୂର୍ଣ୍ଣ ହୋଇଥିବାର ଶୁଣିବାକୁ ମିଳିନି । ପ୍ରତ୍ୟେକ ଯୋଜନାର ଯବନିକାପାତ ନଘଟାଇ ସେ ଯୋଜନାର ଅଗ୍ରଗତି ଚାଲିଛି କହି ଲୋକଙ୍କୁ ଭୁଅାଁ ବୁଲାଉଛନ୍ତି ।
ଶନିବାର ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରିଥିବା ୧୬ଟି ପ୍ରସ୍ତାବର ରୂପରେଖରୁ ତାହା ପ୍ରତୀୟମାନ ।  କେନ୍ଦ୍ରାପଡାରେ ଏହି ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ୪ଟି ବ୍ଲକ ଅନ୍ତର୍ଗତ ୬୫ ଗ୍ରାମର ୨ଲକ୍ଷ ୭୪ହଜାର ୮୩୬ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ମିଳିପାରିବ। ଖୋର୍ଦ୍ଧାରେ ଟାଙ୍ଗୀ, ଚିଲିକା, ଜଟଣୀ, ବେଗୁନିଆ, ବାଣପୁର ପ୍ରଭୃତି ବ୍ଲକରେ ଜେଜେଏମ ପ୍ରକଳ୍ପ କାର୍ୟ୍ୟକ୍ଷମ ହେଲେ ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ପାନୀୟଜଳ ମିଳିବ। କଳାହାଣ୍ଡିର ଗୋଲମୁଣ୍ଡା ବ୍ଲକରେ ୧ଲକ୍ଷ ୩୦ହଜାର ୫୫୫ ଲୋକ, ଢ଼େଙ୍କାନାଳରେ ଗଁଦିଆ, ଭୂବନ, କାମାକ୍ଷାନଗର, ସଦର ବ୍ଲକରେ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ବ ଲୋକ, ସମ୍ବଲପୁରରେ ୧ଲକ୍ଷ ୪୩ହଜାରରୁ ଊର୍ଦ୍ଧ୍ବ ଲୋକ ଏବଂ ଯାଜପୁରରେ ୪ଟି ବ୍ଲକରେ ୩ଲକ୍ଷ ୨୩ହଜାର ଲୋକ ଉପକୃତ ହେବେ

 

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଥିଲେ ଯେ ଏଣିକି ରାଜ୍ୟ ଲୋକାୟୁକ୍ତ ଆୟୋଗର ବାର୍ଷିକ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହେବ। ଓଡ଼ିଶା ଲୋକାୟୁକ୍ତ ଅଧିନିୟମ ୨୦୧୪ର ଧାରା ୪୮ ଅନୁଯାୟୀ ୨୦୧୯ ବର୍ଷର ରିପୋର୍ଟ ଉପସ୍ଥାପନ କରାଯିବ।
ଏଣିକି ମିଶନ ଶକ୍ତି ବିଭାଗ, ମିଶନ ଶକ୍ତି ନିର୍ଦେଶାଳୟରେ କାର୍ୟ୍ୟରତ ଅଧିକାରୀ ଏବଂ ଓଡ଼ିଶା ଜୀବିକା ମିଶନ ମିଳିତ ଭାବେ ଗୋଟିଏ ପ୍ଲାଟଫର୍ମରେ କାର୍ୟ୍ୟ କରିବେ। ଏହି ବିଭାଗ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମହିଳା ସ୍ବୟଂସହାୟକ ଗୋଷ୍ଠୀ ଏବଂ ସେମାନଙ୍କ ସଂଘ ପାଇଁ କାର୍ୟ୍ୟ କରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଜଳଜୀବନ ମିଶନ(ଜେଜେଏମ୍) ଅଧୀନରେ ୬ଟି ଜିଲାରେ ଲକ୍ଷାଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଥିବା ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି। ଆଜି ଖୋର୍ଦ୍ଧା, କେନ୍ଦ୍ରାପଡା, ଯାଜପୁର, ସମ୍ବଲପୁର, କଳାହାଣ୍ଡି ଓ ଢ଼େଙ୍କାନାଳ ଜିଲାରେ ଜେଜେଏମ ମିଶନ କାର୍ୟ୍ୟକାରୀ ପାଇଁ ୧୬୮୫.୧୩କୋଟି ଟଙ୍କାର ପ୍ରସ୍ତାବକୁ ଅନୁମୋଦନ ମିଳିଛି। 
ସରକାରଙ୍କ ପ୍ରତ୍ୟେକ ଯୋଜନାର ବ୍ୟୟ ଅଟକଳକୁ ଅନୁଧ୍ୟାନ କରି ଗୋଟିଏ ଅନ୍ତରାଷ୍ଟ୍ରୀୟ ସଂସ୍ଥା ଜାଣିବାକୁ ପାଇଛନ୍ତି ଯେ ସବୁ ଯୋଜନାର ବ୍ୟୟ ଅଟକଳ ବାସ୍ତବ ଖର୍ଚ୍ଚ ରାଶିଠାରୁ ପ୍ରାୟ ୪୦% ବଢ଼ାଇ ଦିଆଯାଉଛି । ଅର୍ଥାତ୍ ଜେଜେଏମ ଯୋଜନା ଆଧାରରେ ପ୍ରାୟ ୧୬୮୫ କୋଟି ଟଙ୍କା ଖର୍ଚ୍ଚ ବ୍ୟବସ୍ଥା କରାଯାଇଛି । କିନ୍ତୁ ଉକ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ମାତ୍ର ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ସଂକ୍ଷେପରେ କହିଲେ, ଏହି ଯୋଜନାରୁ ବିଜେଡି ଦଳର ଛାମୁଆ ନେତା ଓ ଅନୁଗତଙ୍କ ପକେଟକୁ ୬୮୫ କୋଟିି ଟଙ୍କା ଯିବାର ବନେ୍ଦାବସ୍ତ କରାଯାଇଛି । 

Related

News