ରାଜ୍ୟ କଂଗ୍ରେସକୁ ସମ୍ଭାଳିବେ ଶରତ ପଟ୍ଟନାୟକ

  • 23-May-2022
  • 0 Comments


ଭୁବନେଶ୍ୱର,(ଭାରତଡେଲି): ବହୁଦିନର କଳ୍ପନାର ଅବସାନ ଘଟିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଅମଳରେ ରାଜ୍ୟ କଂଗ୍ରେସ ସଭାପତି ଦାୟିତ୍ୱ ମୁଣ୍ଡାଇଥିବା ଯୁବନେତା ଶରତ ପଟ୍ଟନାୟକଙ୍କ ଉପରେ ସୋନିଆ ଗାନ୍ଧୀ ଆସ୍ଥା ପ୍ରକଟ କରି ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି । ଦ୍ୱିତୀୟ ଥର ପାଇଁ ସଭାପତି ହେବାର ସୁଯୋଗ ପାଇଛନ୍ତି ଶରତ ପଟ୍ଟନାୟକ । ଯୁବକମାନଙ୍କୁ ରାଜନୀତିର ମୁଖ୍ୟ ସ୍ରୋତରେ ସାମିଲ କରିବାର ସୁଯୋଗ ଦେଇଥିଲେ ରାଜୀବ ଗାନ୍ଧୀ ।
ସଭାପତି ଭାବେ ନିଯୁକ୍ତ ହେବା ପରେ ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ପିସିସି ସଭାପତି ଭାବେ ନିଯୁକ୍ତି ଦେଇଥିବାରୁ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଛି। କଂଗ୍ରେସ କର୍ମୀ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ ପାଇଁ ତାଙ୍କୁ କଂଗ୍ରେସରେ ବଡ଼ ଦାୟିତ୍ବ ମଳିଛି। ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବୁ। ସମସ୍ତଙ୍କୁ ନେଇ ନିର୍ବାଚନରେ ଲଢ଼ିବୁ।

ସେ କହିଛନ୍ତି ଯେ, ସଂଗଠନକୁ ମଜବୁତ କରାଯିବ। ୨୦୨୪ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତ  ପ୍ରସ୍ତୁତ କରିବୁ ଏବଂ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯିବ। 
 

Related

News